ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

କିଛି ଦିନ ପୂର୍ବରୁ ବିଧାନସଭାରେ କଂଗ୍ରେସ ହଙ୍ଗାମା କରି ରାଜ୍ୟବ୍ୟାପୀ ଚର୍ଚ୍ଚାକୁ ଆସିଥିବା ବ‌େଳେ ଏବେ ପୁଣି ଏକ ଆନ୍ଦୋଳନର ସୂତ୍ରପାତ ଆରମ୍ଭ କରିଛି। ଓଡ଼ିଶା କଂଗ୍ରେସ ପଦେଶ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ପୁଣି ରାଜ୍ୟବ୍ୟାପି ଆନ୍ଦୋଳନ ନେଇ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା ହେବା ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟାଳୟରେ କଂଗ୍ରେସ ଶୋଭାଯାତ୍ରା କରିବ। ଏହାପରେ ଦଳ ଅପ୍ରେଲ ୨୧ରେ ଜିଲ୍ଲାପାଳ ଅଫିସ୍ ଘେରାଉ କରିବ।

ଜାତୀୟ କଂଗ୍ରେସ ଏବେ ପୁରା ଫର୍ମରେ ଅଛି। ଗୋଟିଏ ପରେ ଗୋଟିଏ ଆନ୍ଦୋଳନ କରି ଦଳକୁ ସୁଦୃଢ କରୁଛି। ଏହାରି ମଧ୍ୟରେ ଓଡ଼ିଶା କଂଗ୍ରେସ ପୁଣି ଏକ ଆନ୍ଦୋଳନର ଡାକରା ଦେଇଛି। ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଭକ୍ତ ଦାସ ଆହ୍ୱାନ ଦେଇଛନ୍ତି।ଶ୍ରୀ ଦାସ କହିଛନ୍ତି ନାରୀ ନିର୍ଯ୍ୟାତନା ହେଉଛି ଦଳର ମୁଖ୍ୟ ପ୍ରସଙ୍ଗ। ଏହି ଶୋଭାଯାତ୍ରା କରାଯିବ। ରାଜ୍ୟର ୩୧୫ଟି ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯିବ। କିଛି ବର୍ଷ ହେବ ରାଜ୍ୟ କଂଗ୍ରେସରେ ମରୁଡି ପରିସ୍ଥିତି ଦେଖା ଦେଇଥିଲା। ନୂଆ ପିସିସି ସଭାପତି ଚୟନ ହେବା ପରେ ଜାତୀୟ କଂଗ୍ରେସ ଆକ୍ରମଣାତ୍ମକ ରୂପ ନେଇଛି।

କଂଗ୍ରେସ ନିକଟରେ ବିଧାନସଭା ଘେରାଉ କରି ଲୋୟର ପିଏମଜିରେ ଗର୍ଜିଥିଲା। ହଜାର ହଜାର କଂଗ୍ରେସ କର୍ମୀ ଏକ ହୋଇଥିଲେ। ଆଉ ଆନ୍ଦୋଳନରେ ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଯାଇଥିଲା। ଏବେ ପୁଣିଥରେ ଆନ୍ଦୋଳନ ବ୍ୟାପକ ହେବାକୁ ଯାଉଛି।

 

Post Views33 Total Count

Apply Now


This will close in 0 seconds

error: Content is protected !!