ମାଲକାନଗିରି ଠାରେ ନୂତନ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିମାନବନ୍ଦର ପାଇଁ ୫୪.୧୫ କୋଟି ଟଙ୍କା ବ୍ୟୟରେ ୧୪ ମାସରେ ନିର୍ମାଣ ହୋଇଛି ଚଉଦ ମାସରେ ଏହି ବିମାନବନ୍ଦର କାମ ଶେଷ ହେଲା।

ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ମଧ୍ୟ ମାଲକାନଗିରିରେ ପହଞ୍ଚିଛନ୍ତି। ଏହାଛଡ଼ା ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ମାଲକାନଗିରି ଠାରେ ନିର୍ମାଣ ହୋଇଥିବା ନୂତନ ବିମାନବନ୍ଦର ଶୁଭାରମ୍ଭ ହେବାପରେ ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହୋଇଛି।
ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଛନ୍ତି।ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହଜାର ହଜାର ଲୋକ ସମାଗମ ହେଲେ ଏବଂ ଉଦଘାଟନ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଶାଲ ସିଂ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ।

