୪ ବର୍ଷର ନିରୀହ ଶିଶୁକୁ ହତ୍ୟା କଲା ମା’

୪ ବର୍ଷର ପୁଅକୁ ହତ୍ୟା କଲା ମାଆ। ଏକ ବ୍ୟାଗରେ ପୁ୍ଅର ମୃତଦେହକୁ ନେଇ ଫେରାର ମାରୁଥିବାବେଳେ ଧରିଲା ପୋଲିସ। ଗୋଆରେ ହତ୍ୟାକାଣ୍ଡ ଘଟିଥିବାବେଳେ କର୍ଣ୍ଣାଟକରେ ଧରାପଡିଛି ଅଭିଯୁକ୍ତ ମାଆ। ଅଭିଯୁକ୍ତ ସୂଚନା ସେଠ ନାମକ ମହିଳା ଜଣକ ଏକ ଷ୍ଟାର୍ଟଅପ୍ କମ୍ପାନୀ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନା ତାଙ୍କର ୪ ବର୍ଷର ନିରୀହ ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।


ଗୋଆ ଯାଇଥିବାବେଲେ ସେଠାରେ ପୁଅକୁ ହତ୍ୟା କରିଥିଲେ ସୂଚନା । ଏହାପରେ ବ୍ୟାଗରେ ପୁଅର ମୃତଦେହକୁ ରଖି ବେଙ୍ଗଳୁରୁ ଅଭିମୁଖେ ଏକ ଟାକ୍ସିରେ ଫେରାର ମାରିଥିଲେ ।ହତ୍ୟା ସନ୍ଦେହ କରି ବେଙ୍ଗଲୁରୁ ପୋଲିସ ସହ ଯୋଗାଯୋଗ କରିଥିଲା ଗୋଆ ପୋଲିସ । ଏହାପରେ କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ଅନ୍ତର୍ଗତ ଏମଙ୍ଗଳା ପୋଲିସ ମହିଳାଙ୍କୁ ଧରିଥିଲା।
ଗୋଆ ପୋଲିସ ମହିଳାଙ୍କ ବିରୋଧରେ ୪ ବର୍ଷରୁ ପୁଅକୁ ହତ୍ୟା କରିଥିବା ମାମଲା ରୁଜୁ କରିଛି। ଛାଡପତ୍ର ଦେଇଥିବା ପୂର୍ବତନ ସ୍ବାମୀ ସହ ପୁଅ ଭେଟିବାକୁ ଚାହୁଁନଥିଲେ ମହିଳା । ସେଥିଲାଗି ମହିଳା ଜଣକ ପୁଅକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।…

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!