ପାଣ୍ଡିଆନ: ଓଡ଼ିଶାର ପାଓ୍ବାର ସେଣ୍ଟର

ଓଡ଼ିଶାବାସୀଙ୍କ ସେବାକୁ ବ୍ରତଭାବେ ଗ୍ରହଣ କରି ନୂଆ ଓଡ଼ିଶାର ପ୍ରଗତିର ପଥରେ ପାଦ ବଢାଉଥିବା ପାଣ୍ଡିଆନଙ୍କ ଯାତ୍ରା ଆରମ୍ଭ ହୁଏ ୨୦୦୦ ମସିହାରୁ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ଭିକେ ପାଣ୍ଡିଆନ । ଭୋକର ଭୁଗୋଳର ଅପବାଦ ମୁଣ୍ଡାଇ ଦେଶରେ ଅଲୋଡ଼ା ପରିଚୟ ପାଇଥିବା କଳାହାଣ୍ଡିରୁ ଆରମ୍ଭ ହୋଇଥିଲା ପାଣ୍ଡିଆନଙ୍କ ପ୍ରଶାସନିକ ଯାତ୍ରା । ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପାଣ୍ଡିଆନ  । ୨୦୦୨ରୁ ୦୪ ପର୍ଯ୍ୟନ୍ତ ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇ ଚାଷୀଙ୍କ ହକ୍ ପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ  । ମିଲର ରାଜକୁ ଦମନ କରି ସହ ଧାନ ସଂଗ୍ରହ ପ୍ରକ୍ରିୟାର ସରଳୀକରଣ ପାଇଁ ପଦକ୍ଷେପ ନେବା ସହ ଚାଷୀଙ୍କୁ ଉପଯୁକ୍ତ ଏମଏସପି ପ୍ରଦାନକୁ ନିଶ୍ଚିତ କରିଥିଲେ  । ଯଶୋଦା ଆଶ୍ରମ ପ୍ରତିଷ୍ଠାରେ ତାଙ୍କର ଭୂମୀକା ପାଇଁ ଆଜିବି ଆଶ୍ରମବାସୀ ତାଙ୍କୁ ଝୁରୁଛନ୍ତି  ।

୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ଦେଶରେ ପ୍ରଶଂସା ସାଉଁଟିଥିଲେ ପାଣ୍ଡିଆନ । ସବୁଠୁ କମ ବୟସରେ ବଡ଼ ଜିଲ୍ଲାର ଦାୟିତ୍ବ ନେଇ ସଫଳତାର ସହ କାର୍ଯ୍ୟ ସଂପାଦନ କରିଥିଲେ । ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନାରେ ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ପାଇଥିଲେ ପାଣ୍ଡିଆନ । ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ସେ ଆରମ୍ଭ କରିଥିବା ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ସାରା ଦେଶ ପାଇଁ ମଡେଲ । ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ସେ ହେଲେନ କେଲର ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି  । ଲୋକ କଲ୍ୟାଣ ପ୍ରଶାସନ ଦ୍ବାରା କିଭଳି ମାଓବାଦୀ କାର୍ଯ୍ୟକଳାପକୁ ହ୍ରାସ କରାଯାଇପାରିବ ତାହା ମୟୂରଭଞ୍ଜ ଜିଲ୍ଲାପାଳ ଥିବାବେଳେ କରି ଦେଖାଇଛନ୍ତି ପାଣ୍ଡିଆନ। ସେହିପରି ୨୦୦୭-୧୧ ଯାଏ ସେ ଗଞ୍ଜାମ ଜିଲ୍ଲାପାଳ ଥିଲେ । ତାଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ । ପାଣ୍ଡିଆନଙ୍କ ନେତୃତ୍ବରେ ଗୋପାଳପୁରରେ ଶ୍ରଦ୍ଧା ସଞ୍ଜୀବନୀ ନାମରେ ଏଚଆଇଭି ଆକ୍ରାନ୍ତ ଆଶ୍ରୟସ୍ଥଳ ପ୍ରତିଷ୍ଠା ହୋଇଛି । ଏଡସ ଆକ୍ରାନ୍ତଙ୍କ ପାଇଁ ଉଲ୍ଲେଖନୀୟ କାମ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସେ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।  ନରେଗାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଦୁଇ ଦୁଇ ଥର ତାଙ୍କୁ ଜାତୀୟ ପୁରସ୍କାର ମିଳିଛି  । ସେ ଜିଲ୍ଲାପାଳ ଥିବା ସମୟରେ ନରେଗା ଯୋଜନାରେ ବ୍ୟାଙ୍କ ଜରିଆରେ ମଜୁରୀ ସିଧାସଳଖ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ । ରେକର୍ଡ ୧୦୦କୋଟି ଟଙ୍କା ଶ୍ରମିକଙ୍କ ଆକାଉଣ୍ଟକୁ ସଫଳତାର ସହିତ ପଠାଯାଇଥିଲା  । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇଛନ୍ତି । ରାଉରକେଲା ଏଡିଏମ ଭାବେ ବୁଡ଼ିଯାଇଥିବା ବିଏସଏସ ମାର୍କେଟ କମ୍ପ୍ଲେକ୍ସକୁ ଆର୍ଥିକ ସ୍ବାବଲମ୍ବୀ କରାଇଥିଲେ ପାଣ୍ଡିଆନ ।

୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବତାରେ ପରିଣତ କରିବାରେ ଗୁରୁଦାୟିତ୍ବ ତୁଲାଇଛନ୍ତି ପାଣ୍ଡିଆନ । ପାଣ୍ଡିଆନଙ୍କ କାର୍ଯ୍ୟଦକ୍ଷତା ଓ ଓଡ଼ିଶାବାସୀଙ୍କ ପ୍ରତି ସେବା ମନୋଭାବ ପାଇଁ ଓଡ଼ିଶାର ରୂପାନ୍ତରଣ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ  । ରାଜ୍ୟର ଶାସନ ବ୍ୟବସ୍ଥାରେ ରୂପାନ୍ତରଣ ଆଣି ଫାଇଭ-ଟି ମାଧ୍ୟମରେ ବିକାଶକୁ ଆଗେଇ ନେଇଛନ୍ତି ପାଣ୍ଡିଆନ । ଓଡ଼ିଶାର ରୂପାନ୍ତରଣର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ପୁରୀ  । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନାଠୁ ବାସ୍ତବତାର ରୂପ ଦେବାକୁ ପାଣ୍ଡିଆନଙ୍କ ଅବଦାନ ଉଲ୍ଲେଖନୀୟ  । ସେହିପରି ଏକାମ୍ର ପ୍ରକଳ୍ପ, ତାରାତାରିଣୀ ମନ୍ଦିର ସହ ରାଜ୍ୟର ପ୍ରମୁଖ ଧାର୍ମିକସ୍ଥଳୀ ଓ ପୀଠର ନବକଳେବର କରିବାରେ ତାଙ୍କର ବିଶେଷ ଯୋଗଦାନ ରହିଛି  । ଫାଇଭ-ଟି ଉପକ୍ରମରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିଛି ବୈପ୍ଳବିକ ପରିବର୍ତ୍ତନ  । ଏସସିବିକୁ ୫ ହଜାର ବେଡ୍ ବିଶିଷ୍ଟ ଏମ୍ସ ପ୍ଲସ ଭାବେ ରୂପାନ୍ତରିତ କରିବା ଏବଂ ବିଭିନ୍ନ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ନବକଳେବର କରିବାରେ ପାଣ୍ଡିଆନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି  । କରୋନା ମୁକାବିଲା ପାଇଁ କମ ସମୟରେ ଉନ୍ନତ ସ୍ବାସ୍ଥ୍ୟ ଭିତ୍ତିଭୂମିର ପ୍ରସ୍ତୁତି, ମେଡିକାଲ କଲେଜ ପ୍ରତିଷ୍ଠା କରି ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ ଭାବେ ଗଢିତୋଳିବା ସହ ବିଏସକେଓ୍ବାଇରେ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ତାଙ୍କ ଦକ୍ଷତାକୁ ପ୍ରତିପାଦିତ କରିଛି । ସେହିପରି କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ସ୍ପୋର୍ଟ୍ସ ହବ୍ କରି ବିଶ୍ବସ୍ତରରେ ପରିଚୟ ଦେବାରେ ପାଣ୍ଡିଆନଙ୍କ ଅବଦାନ ଉଲ୍ଲେଖନୀୟ  । ହକିର ପୁନଃରୁଦ୍ଧାର କରି ଓଡ଼ିଶାରେ ସଦୃଢ ଭିତ୍ତିଭୂମି ନିର୍ମାଣ କରାଯାଇଛି  । ଦୁଇ ଦୁଇ ଥର ହକି ବିଶ୍ବକପ ସହ ଅନ୍ୟାନ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ବିଶ୍ବକୁ ଚମକାଇ ଦେଇଛି ଓଡ଼ିଶା  । କଳିଙ୍ଗ ଷ୍ଟାଡିୟର ବିକାଶ ଏବଂ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ସହ ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ହକିର ପ୍ରାୟୋଜକ ହେବା ପଛରେ ପାଣ୍ଡିଆନ ସାଜିଛନ୍ତି ମୁଖ୍ୟ ପୁରୋଧା  ।ଭିଜନ ୨୦୩୬ । ବିକଶିତ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ମିଶନ ୨୦୩୬ ପଛରେ ରହିଛି ପାଣ୍ଡିଆନଙ୍କ ବ୍ଲୁପ୍ରିଣ୍ଟ  । ବିକାଶର ଆଧାର ଓ ଭରସାର ଭଲପାଇବାକୁ ଆୟୁଧ କରି ଓଡ଼ିଶାବାସୀଙ୍କ ଭରସା ସାଜିଥିବା ପ୍ରଗତିର ପଥପ୍ରଦର୍ଶକ ଭି.କେ. ପାଣ୍ଡିଆନ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!