ବିଦାୟ ନେଉଛନ୍ତି ଜଗତଜନନୀ ମା ଦୁର୍ଗା । ସରିଗଲା ଦଶହରା । ଚାଲିଛି ମହାମାୟାଙ୍କର ଭସାଣ ଉତ୍ସବ । ବିସର୍ଜନ ପାଇଁ କରାଯାଇଛି ଅସ୍ଥାୟୀ ପୋଖରୀ । ଭସାଣ ଉତ୍ସବ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣ ସମୟରେ ଯେଭଳି ଟ୍ରାଫିକ ସମସ୍ୟା ଉପୁଜିବ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ମାଆଙ୍କୁ ମେଲାଣି ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କଟକରେ ବିଭିନ୍ନ ସାହି ପରିକ୍ରମା କରି ଦେବୀ ଗଡ଼ାକୁ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ମେଢ଼ । ଅଧିକାଂଶ ମେଢ଼ ରାଣୀହାଟ ମଙ୍ଗଳାବାଗ ଦେଇ ଦେବୀଗଡାକୁ ଯାଉଛନ୍ତି । ରାଜଧାନୀରେ ମୋଟ ୩୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ମାଆଙ୍କୁ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି । ଭୁବନେଶ୍ବରରେ ମୋଟ ୧୮୮ଟି ପୂଜା ମେଢ଼ ରହିଛି । ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନୋଟି ଭସାଣ କମିଟି ଦ୍ବାରା ମେଢ଼ ଗୁଡିକ ଶୋଭାଯାତ୍ରାରେ ଯିବେ । ସହିଦନଗର ଭସାଣ କମିଟିକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ବାହାରି ରୂପାଲି ଛକ ଦେଇ ରାଜମହଲ ପର୍ଯ୍ୟନ୍ତ ଆସିବେ ।

