ଆଜି ଆଡପ ମଣ୍ଡପକୁ ବିଜେ କରିବେ ତିନି ଠାକୁର । ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି କରାଯାଉଛି । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ ।ଦିନସାରା ଭକ୍ତଙ୍କୁ ଦର୍ଶନ ଦେବା ପରେ ଜନ୍ମବେଦୀ ତଥା ଆଡପ ମଣ୍ଡପକୁ ବିଜେ କରିବେ । ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଆଡ଼ପମଣ୍ଡପ ଯାତ୍ରା କରିବେ ।ଏଥର ଭକ୍ତଙ୍କ ଶୃଙ୍ଖନିତ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।ରଥାରୂଢ କାଳିଆକୁ ଦେଖି ଛଳଛଳ ଭକ୍ତଙ୍କ ଆଖି ।
ଚକାଆଖି ସହ ଆଖି ମିଶାଇ କିଏ କାନ୍ଦୁଛି ତ କିଏ ଅଭିମାନ କରୁଛି। ବିଶ୍ବନିୟନ୍ତାଙ୍କ ଦିବ୍ୟ ଦର୍ଶନ କରି ଦୁଖଃ ଜଣାଇଛନ୍ତି ଶ୍ରଦ୍ଧାଳୁ। ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମଥର ପାଇଁ ଗର୍ଭଗୃହରେ ଏସି ଲାଗିଛି।


