ବାହାନଗା ହାଇସ୍କୁଲ: ପାଠ ପଢିବାକୁ ଆସିଛନ୍ତି ୨୦୦ ଛାତ୍ରଛାତ୍ରୀ

ପିଲାଙ୍କ ମନରୁ ଭୟ ଦୂର କରିବା ପାଇଁ ବାହାନଗା ସ୍କୁଲରେ ପୂୂଜାର୍ଚ୍ଚନା କରାଇଛି । ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ବାହାନଗା ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଥମ ଦିନରେ ୨୦୦ ଛାତ୍ରଛାତ୍ରୀ ବାହାନଗା ଉଚ୍ଚ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଛନ୍ତି । କିନ୍ତୁ ଏବେ ବି ପିଲାଙ୍କ ମନରେ ଟିକେ ଭୟ ରହିଛି ।

ପିଲାମାନେ କିଭଳି ଶାନ୍ତ ମନରେ ପାଠ ପଢିବେ ସେଥିପାଇଁ ସେମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଶାସନିକ ଅଧିକାରୀ ।

ଟ୍ରେନ ଦୁର୍ଘଟଣାରେ ମୃତଦେହ ଗୁଡିକୁ ବାହାନଗା ସ୍କଲରେ ରଖାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ମନରେ ଟିକେ ଭୟ ରହିଥିଲା ।

ସେହି ଭୟକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ମୃତଦେହ ରଖାଯାଇଥିବା ମଧ୍ୟାନ ଭୋଜନ ହଲକୁ ଭାଙ୍ଗି ଦିଆଯାଇଛି

Post Views83 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!