ମହାକୁମ୍ଭ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୟାଗରାଜର ପବିତ୍ର ଜଳରେ ସୋମବାର ଦିନ ପବିତ୍ର ସ୍ନାନ କରିବେ । ଏହି ଗସ୍ତବେଳେ ମହାମହିମ ପ୍ରୟାଗରାଜରେ ୮ ଘଣ୍ଟା ରହିବେ ।

ଏହି କ୍ରମରେ ସେ ତ୍ରିବେଣୀ ସଂଗମରେ ପବିତ୍ର ବୁଡ ପକାଇବାର କାର୍ଯ୍ୟକ୍ରମ ରହିଛି । ଏହାସହ ବଡ଼ ହନୁମାନ ମନ୍ଦିରରେ ପୂଜନ ଓ ଦର୍ଶନ ମଧ୍ୟ କରିବେ । ମହାମହିମଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ସକାଳେ ତ୍ରିବେଣୀ ସଂଗମରେ ପହଂଚି ପ୍ରଥମେ ସ୍ନାନ କରିବେ ।

ଏହି ଗସ୍ତବେଳେ ମହାମହିମ ଡିଜିଟାଲ ମହାକୁମ୍ଭ ଅନୁଭବ କେନ୍ଦ୍ରର ଅନାବରଣ କରିବେ । ଏଥିରେ ମହାକୁମ୍ଭ ବାବଦରେ ବିସ୍ତୁତ ସୂଚନା ରହିଛି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Post Views15 Total Count

Apply Now


This will close in 0 seconds

error: Content is protected !!