ଭାରତ ଆଗରେ ୩୦୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ହୋଇଛି। ଟସ୍ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଫଳରେ ଭାରତ ବୋଲିଂ କରିଥଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍ ହରାଇ ୩୦୪ ରନ୍ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୫ ରନ୍‌ର ଆବଶ୍ୟକତା ଅଛି।

ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ୍ ଡକେଟ୍ ପାଳି ଅରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୮୧ ରନ୍‌ର ଭାଗିଦାରୀ କରିପାରିଥିଲେ।

ଫିଲିପ୍ ୨୯ଟି ବଲ୍ ଖେଲି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୬ ରନ୍ କରିଥିଲେ। ସେହିପରି ବେନ୍ ଡକେଟ୍ ୫୬ଟି ବଲ୍ ଖେଳି ୧୦ଟି ଚୌକା ବଳରେ ୬୫ ରନ୍ କରିଥିଲେ। ବିସ୍ଫୋରକ ବ୍ୟାଟର ଜୋ ରୁଟ୍ ୬୯ ରନ୍ କରିଥିଲେ। ସେ ୭୨ଟି ବଲ୍ ଖେଳି ୬ଟି ଚୌକା ମାରିଥିଲେ।

Post Views31 Total Count

Apply Now


This will close in 0 seconds

error: Content is protected !!