ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର

ଆଜି ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଐତିହାସିକ ଇଡେନ ଗାର୍ଡେନରେ ଖେଳାଯିବ ଉଦ୍‌ଘାଟନୀ ମୁକାବିଲା । ଆଜି କୋଲକାତା ଇଡେନ୍ ଗାର୍ଡେନରେ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ବଲିଉଡ ସେଲିବ୍ରିଟିଙ୍କ ନାଚ ଓ ଗୀତରେ କମ୍ପିବ ମଇଦାନ । ଅଭିନେତ୍ରୀ ଶ୍ରଦ୍ଧା କପୁର, ଦିଶା ପଟାନୀ ଓ ଅଭିନେତା ବରୁଣ ଧୱନଙ୍କ ଡ୍ୟାନ୍ସରେ ମତୁଆଲା ହେବେ ଦର୍ଶକ । ସେହିପରି ପ୍ଲେ ବ୍ୟାକ ସିଙ୍ଗର ଶ୍ରେୟା ଘୋଷାଲ, ଅରିଜିତ ସିଂ, ପପ ଗାୟକ କରଣ ଆହୁଜାଙ୍କ ଗୀତରେ ଝୁମିବେ ।

ମେ’ ୨୫ ତାରିଖ ଯାଏ ଚାଲିବ ଆଇପିଏଲ୍ ଲଢ଼େଇ । ୬୫ ଦିନ ଧରି ୧୩ଟି ଭେନ୍ୟୁରେ ଖେଳାଯିବ ମୋଟ୍ ୭୪ଟି ମ୍ୟାଚ୍ । ୧୦ଟି ଟିମକୁ ୫ଟି ଲେଖାଏଁ ଗ୍ରୁପରେ ଭାଗ କରାଯାଇଛି । ମେ’ ୧୮ ତାରିଖରେ ଶେଷ ହେବ ଗ୍ରୁପ ମ୍ୟାଚ୍ । ଏଥର ୧୨ଟି ଡବଲ ହେଡର ମ୍ୟାଚ୍ ଖେଳାଯିବ । ଅର୍ଥାତ ଗୋଟିଏ ଦିନରେ ଖେଳାଯିବ ୨ଟି ମ୍ୟାଚ୍ । ନୀଳ ଜର୍ସି ପିନ୍ଧି ଟିମ୍ ଇଣ୍ଡିଆକୁ ସମର୍ଥନ କରୁଥିବା କ୍ରିକେଟ ପ୍ରେମୀ ଏବେ ଆସନ୍ତା ୨ ମାସ ଯାଏ ନିଜ ନିଜର ପସନ୍ଦର ଆଇପିଏଲ୍ ଟିମ୍‌କୁ ନେଇ ଲଢେଇ ହେବ ।

Post Views22 Total Count

Apply Now


This will close in 0 seconds

error: Content is protected !!