ବଡ଼ କଂଗ୍ରେସ ନେତାଙ୍କ ପରଲୋକ। ଆଳି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି। ୨୦୧୪ରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ ଦେବେନ୍ଦ୍ର।କେନ୍ଦ୍ରାପଡ଼ା କଂଗ୍ରେସର ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ ଦେବେନ୍ଦ୍ର ଶର୍ମା ।
୨୦୧୪ ନିର୍ବାଚନରେ ଦେବେନ୍ଦ୍ର ଶର୍ମା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସର ଦୃଢ଼ ସଙ୍ଗଠକ ଥିବା ଦେବେନ୍ଦ୍ର ଅସୁସ୍ଥତା କାରଣରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇନଥିଲେ । ଦେବେନ୍ଦ୍ରଙ୍କ ବଦଳରେ ତାଙ୍କ ଝିଅଙ୍କୁ ପ୍ରାର୍ଥୀ କରିଥିଲା ଦଳ ।
ଅନ୍ୟପଟେ ଦେବେନ୍ଦ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି କଂଗ୍ରେସର ଅନେକ ନେତା । ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କ ବିୟୋଗ ଖବର ପାଇବା ପରେ ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

