୧୬ରେ ବାରବାଟୀରେ ସେଲିବ୍ରିଟି କ୍ରିକେଟ ମ୍ୟାଚ

ଆସନ୍ତା ୧୬ ତାରିଖରେ ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ। ଦେଶର ନାମିଦାମୀ ସେଲିବ୍ରିଟିମାନେ ବାରବାଟୀ ଗ୍ରାଉଣ୍ଡରେ ଖେଳିବେ କ୍ରିକେଟ ମ୍ୟାଚ। ତା ପୂର୍ବରୁ ଗୁରୁବାର କ୍ରୀୟୁ ମେମ୍ବରମାନେ ବାରବାଟୀ ଷ୍ଟାଡିୟମର ସ୍ଥିତି ପରଖିଛନ୍ତି।

୧୬ ତାରିଖରେ ବାରବାଟୀରେ ଖେଳାଯିବ ୩ ଟି ମ୍ୟାଚ। ସକାଳ ୧୦ ଟାରେ ଓଡିଶା ରଣଜୀ ଟିମ ସହିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ ଓଲିଉଡ଼ ଇଲେଭେନ। ଅପରାହ୍ନ ୨ ଟାରେ ହେବ ଅସଲ ଟୋଣ୍ଟି -୨୦ ମ୍ୟାଚ। ପ୍ରଥମ ମ୍ୟାଚ ପଞ୍ଜାବ ସହିତ ଭୋଜପୁରୀ ଟିମ ଖେଳିବ। ସନ୍ଧ୍ୟାରେ ବେଙ୍ଗଲ ଟିମକୁ ଭେଟିବ ଟିମ ମୁମ୍ବାଇ। ତେବେ ୧୫ ରେ ସମସ୍ତ ଟିମ ବାରବାଟୀରେ ପ୍ରାକ୍ଟିସ କରିବେ। ୧୬ ତାରିଖରେ ହେବ ସେଲେବ୍ରିଟି କ୍ରିକେଟ ମ୍ୟାଚ।

Post Views16 Total Count

Apply Now


This will close in 0 seconds

error: Content is protected !!