ବିଧାନସଭା ଆରମ୍ଭରୁ ହେଲା ପ୍ରବଳ ହଟ୍ଟଗୋଳ

ବିଧାନସଭା ଆରମ୍ଭରୁ ଆଟାକିଂ ମୁଡ୍‌ରେ ବିରୋଧୀ। ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି। ଆଇନଶୃଙ୍ଖଳାକୁ ବଡ଼ ପ୍ରସଙ୍ଗ କଲା କଂଗ୍ରେସ। ଧାନର କଟନି ଛଟିନୀକୁ ନେଇ ବିଜେଡିର ହଙ୍ଗାମା। ଗୃହର ମଧ୍ୟଭାଗକୁ ଆସି ନାରାବାଜି କଲେ ଉଭୟ ବିଜେଡି ଓ କଂଗ୍ରେସ। ଚାଲିପାରିଲାନି ଗୃହ। ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ଯୋଗୁଁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।

ସୂଚନାନୁଯାୟୀ, ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗରେ କଂଗ୍ରେସ ପ୍ରବଳ ହୋହାଲ୍ଲା କରିଛି। ସେହିପରି ଚାଷୀଙ୍କ କଟନି ଛଟନୀ ଅଭିଯୋଗରେ ବିଜେଡି ବିଧାୟକମାନେ ବିକ୍ଷୋଭ କରିଛନ୍ତି। ଯାହାଫଳରେ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।

 

Post Views1 Total Count

Apply Now


This will close in 0 seconds

error: Content is protected !!