ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏସଆଇ

ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ମାମଲା ସମାଧାନ ପାଇଁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ। ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁକିନ୍ଦା ଥାନାର ଏସ ଆଇ ଅଭୟ ନାୟକ।

ଏକ ପାରିବାରିକ ବିବାଦ ମାମଲାର ସମାଧାନ ପାଇଁ ୪ ହଜାର ଟଙ୍କା ଏସଆଇ ଅଭୟ ନାୟକ ଦାବି କରିଥିଲେ। ଅଭୟ ଶନିବାର କଳିଙ୍ଗନଗର ସ୍ଥିତ ଏକ ଘରୋଇ କାରଖାନା ସମ୍ମୁଖରେ ଡ୍ୟୁଟି କରୁଥିବା ସମୟରେ ପୂର୍ବରୁ ମାଗିଥିବା ଏହି ଲାଞ୍ଚ ଟଙ୍କା ନେଉଥିଲେ। ତେବେ ଟଙ୍କା ନେଇଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଟଙ୍କା ସହ କାବୁ କରିଥିଲା। ଧରିବା ପରେ ଅଭୟଙ୍କୁ ଯାଜପୁର ଟାଉନ ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।

Post Views20 Total Count

Apply Now


This will close in 0 seconds

error: Content is protected !!