ସାହାରା ଜମାକାରୀଙ୍କ ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ସରକାର ସାହାରା ଗ୍ରୁପ୍ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ସମବାୟ ମନ୍ତ୍ରଣାଳୟର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଫେରସ୍ତ ପରିମାଣର ସୀମା ୫୦ହଜାର ଟଙ୍କା ବୃଦ୍ଧି ସହିତ ଆସନ୍ତା ୧୦ ଦିନ ମଧ୍ୟରେ ପ୍ରାୟ ୧୦୦୦ କୋଟି ଟଙ୍କା ପ୍ରଦାନ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ସାହାରା ରିଫଣ୍ଡ୍ ପୋର୍ଟାଲ ମାଧ୍ୟମରେ ସରକାର ସାହାରା ଗୋଷ୍ଠୀ ସମବାୟ ସମିତିର ୪.୨୯ ଲକ୍ଷରୁ ଅଧିକ ଜମାକାରୀଙ୍କୁ ୩୭୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ସାହାରା ରିଫଣ୍ଡ୍ ପୋର୍ଟାଲ ମାଧ୍ୟମରେ ନିର୍ଦ୍ଧାରିତ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ସାହାରା ଗ୍ରୁପ୍ର ୪ଟି ବହୁ-ରାଜ୍ୟ ସମବାୟ ସମିତିର ପ୍ରକୃତ ଜମାକାରୀଙ୍କ ବୈଧ ଜମା ଫେରସ୍ତ ପାଇଁ ଦାବି ଦାଖଲ କରିବାକୁ ୨୦୨୩ ଜୁଲାଇ ୧୮ରେ ଏହି ପୋର୍ଟାଲ ଆରମ୍ଭ କରିଥିଲେ। ସେହିଭଳି ୨୦୨୩ ମାର୍ଚ୍ଚ ୨୯ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ମେ ୧୯ରେ ସେବି-ସାହାରା ରିଫଣ୍ଡ୍ ଆକାଉଣ୍ଟରୁ ସେଣ୍ଟ୍ରାଲ ରେଜିଷ୍ଟ୍ରାର୍ ଅଫ୍ କୋଅପରେଟିଭ ସୋସାଇଟିଜ୍ (ସିଆର୍ସିଏସ୍)କୁ ୫ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଆର୍. ସୁଭାଷ ରେଡ୍ଡୀ ଡିଜିଟାଲ ମାଧ୍ୟମରେ ଟଙ୍କା ବଣ୍ଟନ ମାମଲା ପରିଚାଳନା କରୁଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!