ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ପ୍ରତିଷ୍ଠା ହେବ ସ୍ଥାୟୀ ରଙ୍ଗ ମହଲ

ବରଗଡ଼ ଧନୁଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାତୀ ଉପରେ ବସି ମହାରାଜା କଂସଙ୍କ ଦରବାରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଠାରେ ତାଙ୍କର ଭବ୍ୟ ସ୍ୱାଗତ ହୋଇଥିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ଥାୟୀ ରଙ୍ଗ ମହଲ ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁରୀ କରିଛନ୍ତି ମୋହନ ମାଝୀ । ସେହିଭଳି ଜିରା ନଦୀରେ ଆନିକଟ୍‌ ପାଇଁ ୮୦ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ।

ସେହିଭଳି କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ମଞ୍ଜୁରୀହୋଇଛି । ତା ସହିତ ଧନୁଯାତ୍ରାର ୧୭୦ କଳାକାର ସହାୟତା ଘୋଷଣା କରିଛନ୍ତି । ମଞ୍ଚରେ ୧୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ମଞ୍ଚ ରହି ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ ଓଡ଼ିଶାର ଭାତ ହାଣ୍ଡି ଚାଷ ଓ ଚାଷୀ ସମଗ୍ର ଭାରତ ବର୍ଷରେ ପରିଚିତ ବରଗଡ ଜିଲ୍ଲା ।

ସେଥିପାଇଁ ଚାଷୀ ଆମ ଅନ୍ନଦାତା ପୂର୍ବ ସରକାର ଏହି ଅନ୍ନଦାତାଙ୍କୁ ୧୦୦ ଟଙ୍କା ବୋନସ ସବସିଡି ଦେବାକୁ କହିଥିଲେ । ୨୪ ବର୍ଷ ଶାସନ କଳେ କିନ୍ତୁ ଦେଲେ ନାହିଁ ତେବେ କିନ୍ତୁ ଆମେ ସରକାର ଆସିଲା ପରଠୁ ସଙ୍ଗେ ସଙ୍ଗେ ୩୧୦୦ ଟଙ୍କା ଧାନ କୁଣ୍ଟାଲ ଧାନ କରିବା ସହିତ ୮୦୦ ଟଙ୍କା ବୋନସ ଆମ ସରକାର ଦେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Post Views35 Total Count

Apply Now


This will close in 0 seconds

error: Content is protected !!