ଆଖି ବୁଜିଲା ଶିମିଳିପାଳର ହାତୀ ମହେନ୍ଦ୍ର

ଶିମିଳିପାଳର ହିରୋ ବୋଲାଉଥିବା ଟ୍ରେଣ୍ଡ ହାତୀ “ମହେନ୍ଦ୍ର”ର ମୃତ୍ୟୁ। ଗତକାଲି ରବିବାର ରାତି ୯ଟା ୪୫ମିନିଟରେ ଶିମିଳିପାଳର ‘ଚହଲା’ ଠାରେ ଶେଷ ନିଶ୍ବାସ ତ୍ୟାଗ କରିଛି ମହେନ୍ଦ୍ର। ମୃତ୍ୟୁ ବେଳକୁ ତାକୁ ୬୫ ବର୍ଷ ବୟସ ହୋଇଥିଲା। ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତା ହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା କୁ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଅଣାଯାଇଥିଲା।

୨୦୧୯ ଜାନୁଆରିରେ ମହେନ୍ଦ୍ରକୁ ବାଘୁଣୀ ସୁନ୍ଦରୀକୁ ଜଗିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ଏବଂ ଦୀର୍ଘ ୪ବର୍ଷ ପରେ ମହେନ୍ଦ୍ର ପୁଣି ଶିମିଳିପାଳକୁ ଫେରିଥିଲା। ବୟସ ଅଧିକ ହୋଇଥିବା କାରଣରୁ ନିକଟରେ ଅସୁସ୍ଥ ହୋଇପଡିଥିଲା ମହେନ୍ଦ୍ର। ତାକୁ ଶିମିଳିପାଳ ଉତ୍ତର ଡିଭିଜନ୍ ର ଚହଲାଠାରେ ରଖି ଚିକିତ୍ସା କରାଯାଉଥିଲା। ମହେନ୍ଦ୍ରକୁ ବଞ୍ଚେଇ ରଖିବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଶତଚେଷ୍ଟା କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମହେନ୍ଦ୍ରର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ମହେନ୍ଦ୍ରର ମୃତ୍ୟୁ ଶିମିଳିପାଳ ପାଇଁ ତଥା ସାରା ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ନିଜର କାର୍ଯ୍ୟ ଦକ୍ଷତା ଓ ଅବଦାନ ପାଇଁ ସବୁଦିନ ପାଇଁ ମନେରହିବ ମହେନ୍ଦ୍ର।

ଅଭୟାରଣ୍ୟରେ କାଠ ମାଫିଆ ଏବଂ ବନ୍ୟଜନ୍ତୁଙ୍କୁ ଶିକାରୀ କବଳରୁ ରକ୍ଷା କରିବା ପାଇଁ ମହେନ୍ଦ୍ରକୁ ନିୟୋଜିତ କରାଯାଇଥିଲା। ଆଉ ଏଥିପାଇଁ ମହେନ୍ଦ୍ର ତା’ ଜୀବନର ଦୀର୍ଘ ୨୪ ବର୍ଷ ଦେଇ ଦେଇଛି। ୨୦୦୯ ମସିହା ମାର୍ଚ୍ଚ ୩୧ ତାରିଖ ରାତ୍ରିରେ ମାଓବାଦୀ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗୁଡ଼ଗୁଡ଼ିଆ ଠାରେ ମହେନ୍ଦ୍ର ହାତୀ ଉପରକୁ ଗୁଳି ଚାଳନା କରିବା ସହିତ ତୀର ମଧ୍ୟ ମାରିଥିଲେ । ଏଥିରେ ଗୁରୁତର ଆହତ ହେଇଥିବା ମହେନ୍ଦ୍ର ଅସ୍ତ୍ରୋପ୍ରଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ନିଜ କାମରେ ସାମିଲ ହୋଇଥିଲା ।
୨୦୧୯ ଜାନୁଆରିରେ ମହେନ୍ଦ୍ରକୁ ବାଘୁଣୀ ସୁନ୍ଦରୀକୁ ଜଗିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ଏବଂ ଦୀର୍ଘ ୪ବର୍ଷ ପରେ ମହେନ୍ଦ୍ର ପୁଣି ଶିମିଳିପାଳକୁ ଫେରିଥିଲା। ବୟସ ଅଧିକ ହୋଇଥିବା କାରଣରୁ ନିକଟରେ ଅସୁସ୍ଥ ହୋଇପଡିଥିଲା ମହେନ୍ଦ୍ର। ତାକୁ ଶିମିଳିପାଳ ଉତ୍ତର ଡିଭିଜନ୍ ର ଚହଲାଠାରେ ରଖି ଚିକିତ୍ସା କରାଯାଉଥିଲା। ମହେନ୍ଦ୍ରକୁ ବଞ୍ଚେଇ ରଖିବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଶତଚେଷ୍ଟା କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମହେନ୍ଦ୍ରର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ମହେନ୍ଦ୍ରର ମୃତ୍ୟୁ ଶିମିଳିପାଳ ପାଇଁ ତଥା ସାରା ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ନିଜର କାର୍ଯ୍ୟ ଦକ୍ଷତା ଓ ଅବଦାନ ପାଇଁ ସବୁଦିନ ପାଇଁ ମନେରହିବ ମହେନ୍ଦ୍ର।

Post Views20 Total Count

Apply Now

This will close in 0 seconds

error: Content is protected !!