ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ । ‘ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।‘ ଆୟୁଷ୍ମାନ ଭାରତ’ ପ୍ରଚଳନ ପାଇଁ ସୋମବାର ଦିନ ଦିଲ୍ଲୀରେ ଏମ୍‌ଓୟୁ ସ୍ୱାକ୍ଷରିତ ହେବ। ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ମଧ୍ୟ ସାମିଲ ହେବେ ।
ଆସନ୍ତା ଫେବ୍ରୁଆରୀ ମାସରେ ଓଡ଼ିଶାରେ ଆୟୁଷ୍ମାନ୍‌ ଭାରତ ପିଏମ୍‌ ଜୟ ଯୋଜନା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ସୋମବାର ନୂଆଦିଲ୍ଲୀରେ ରାଜ୍ୟ ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ନ୍ୟାସନାଲ୍‌ ହେଲ୍‌ଥ ଅଥରିଟି  ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହେବ । ନୂଆଦିଲ୍ଲୀର  ବିଜ୍ଞାନ ଭବନରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ  ଡ.ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବେ । ତାଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଯୋଗଦେବେ ।

କିଛିଦିନ ତଳେ ମୁଖ୍ୟ ନିଜ ଖାଇବା କଥା ପଚାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାକ୍ଟ ଚେକ୍ ଅନୁଷ୍ଠାନ ତେଲୁଗୁପୋଷ୍ଟ ଏହାକୁ ତଦନ୍ତ କରି ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିଥିବା ବ୍ୟକ୍ତିଙ୍କ ଖାଇବା କଥା ପଚାରୁଥିଲେ ବୋଲି ଖବର ପ୍ରକାଶ କରିଥିଲା ।

Post Views5 Total Count

Apply Now


This will close in 0 seconds

error: Content is protected !!