ଲିଭ୍‌-ଇନ୍‌ ପାର୍ଟନରକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କଲା, ପ୍ରେସର୍‌ କୁକର୍‌ରେ ପକାଇ ଶିଝାଇଲା

ମୁମ୍ବାଇର ମୀରା ରୋଡ୍ ସ୍ଥିତ ନୟା ନଗର ଥାନା ଅନ୍ତର୍ଗତ ଗୀତା-ଆକାଶଦୀପ ସୋସାଇଟିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଲିଭ୍-ଇନ୍ରେ ରହୁଥିବା ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ହତ୍ୟା ପରେ ଗଛ କଟା ମେସିନ୍ରେ ମୃତଦେହ ଖଣ୍ଡ ଖଣ୍ଡ କରିଥିଲା। ଏହାପରେ ଶରୀରର ଏହି ଖଣ୍ଡ ଅଂଶକୁ ପ୍ରେସର୍କୁକର୍ରେ ଶିଝାଇ ଦେଇଥିବା ଜଣାପଡ଼ିଛି। ଯେପରି କୌଣସି ଦୁର୍ଗନ୍ଧ ନଆସେ ଓ କେହି ଯେପରି ନଜାଣି ପାରନ୍ତି ଏଥିପାଇଁ ସେ ଏପରି କରିଥିବା କୁହାଯାଉଛି।

ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଚଳାଇଛି ସୋସାଇଟିର ୭ମ ମହଲାରେ ରହୁଥିବା ୫୬ ବର୍ଷୀୟ ମନୋଜ ସାହାଣୀ, ଲିଭ-ଇନ୍ ପାର୍ଟନର ୩୬ ବର୍ଷୀୟ ସରସ୍ୱତୀଙ୍କ ହତ୍ୟା କରିଛି। ଦୀର୍ଘ ଦିନ ହେବ ଉଭୟ ଏକାଠି ରହୁଥିଲେ। ତେବେ କିଛିଦିନ ହେବ ମନୋଜ ରହୁଥିବା ଫ୍ଲାଟ୍ରୁ ଦୁର୍ଗନ୍ଧ ବାହାରୁଥିଲା। ଏନେଇ ପଡ଼ୋଶୀମାନେ ମଧ୍ୟ ଚିଡି ଯାଇଥିଲେ। ଶେଷରେ ପୋଲିସ୍କୁ ଖବର ଦେଇଥିଲେ।

ଖବରପାଇ ପୋଲିସ୍ ମନୋଜ ରହୁଥିବା ଫ୍ଲାଟ୍ରେ ପହଞ୍ଚି ଛାନ୍ଭିନ୍ କରିଥିଲା। ଛାନ୍ଭିନ୍ ବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପୋଲିସ୍ ଜାଣିବାକୁ ପାଇଥିଲା। ଏହାସହ ପୋଲିସ୍ ମହିଳାଙ୍କ ମୃତଦେହ ଖଣ୍ଡ ପାଇଥିଲା। ଏହାପରେ ତୁରନ୍ତ ମନୋଜକୁ ପୋଲିସ୍ ଗିରଫ କରିଥିଲା। ଜେରା ବେଳେ ସେ ଲିଭ୍-ଇନ୍ ପାର୍ଟନରକୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା। ପୋଲିସ୍ ସୂଚନା ଅନୁସାରେ, କୌଣସି କଥାକୁ ନେଇ ମନୋଜ ଓ ସରସ୍ୱତୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଏଥିରେ ରାଗି ଯାଇ ମନୋଜ ଲିଭ୍-ଇନ୍ ପାର୍ଟନର ସରସ୍ୱତୀଙ୍କୁ ହତ୍ୟା କରିଥିଲା। ଏହାପରେ ବଜାର ଯାଇ ଗଛ କଟା ମେସିନ୍ ଆଣିଥିଲା। ଫ୍ଲାଟ୍କୁ ଫେରି ମେସିନ୍ ସାହାଯ୍ୟରେ ମୃତଦେହ ଖଣ୍ଡ ଖଣ୍ଡ କରିଥିଲା। ଯାଞ୍ଚ ବେଳେ ପୋଲିସ୍ ଜାଣିବାକୁ ପାଇଛି ଯେ, ଯେପରି କୌଣସି ଦୁର୍ଗନ୍ଧ ନଆସେ ଏନେଇ ସେ ମୃତଦେହର କିଛି ଖଣ୍ଡକୁ ପ୍ରେସର୍କୁକର୍ରେ ପକାଇ ଶିଝାଇ ଦେଇଥିଲା। ପ୍ରମାଣ ନଷ୍ଟ ଓ ଦୁର୍ଗନ୍ଧରୁ ରକ୍ଷା ପାଇଁ ସେ ଏପରି କରିଥାଇପାରେ ପୋଲିସ୍ ଅନୁମାନ କରୁଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!