୨ଲକ୍ଷ କୋଟିରୁ ଅଧିକ କ୍ରେଡିଟ୍ ପ୍ଲାନ୍ କଲା ନାବାର୍ଡ

ରାଜ୍ୟ ସରକାରଙ୍କ ନାବାର୍ଡ ପକ୍ଷରୁ ନୂଆ କ୍ରେଡିଟ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ୨ଲକ୍ଷ ୬୦୮ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ପ୍ରଦାନ ପାଇଁ ବିଭିନ୍ନ ବ୍ୟାଙ୍କ ସହମତି ପ୍ରଦାନ କରିଛନ୍ତିି। ନାବାର୍ଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଷ୍ଟେଟ୍ କ୍ରେଡିଟ୍ ସେମିନାରରେ ଏପରି ସୂଚନା ଦିଆଯାଇଛି।

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅର୍ଥ ସଚିବ ବିଶାଲ କୁମାର ଦେବ, କୃଷି ସଚିବ ଡ. ଅରବିନ୍ଦ ପାଢ଼ୀ, ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଏସ୍.ପି. ମହାନ୍ତି, ଏସ୍ଏଲ୍ବିସି ଆବାହକ ଗୌତମ ପାତ୍ର ପ୍ରମୁଖ ଯୋଗଦେଇ ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ନାବାର୍ଡର ସିଜିଏମ୍ ଡ. ସୁଧାଂଶୁ କେକେ ମିଶ୍ରା ସ୍ବାଗତ ଅଭିଭାଷଣ ରଖିବା ସହ ଉପତ୍ାଦନ ଓ ଉପତ୍ାଦ ବିକ୍ରି ନେଇ ମତ ରଖିଥିଲେ।

ପୂର୍ବ ବର୍ଷ କେବଳ କୃଷିକ୍ଷେତ୍ର ଉପରେ ଗୁରୁତ୍ୱ ଦିଅଯାଇଥିବାବେଳେ ଚଳିତ ବର୍ଷ ଉପତ୍ାଦ ବିକ୍ରି ନେଇ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ଚଳିତଥର କୃଷି ସମେତ କ୍ଷୁଦ୍ର , ଅଣୁ, ମଧ୍ୟମ ଶିଳ୍ପ ଓ ମିଶନ ଶକ୍ତି ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ଗତବର୍ଷ ଶତ ପ୍ରତିଶତ ସଫଳତା ହାସଲ ହୋଇଥିବାବେଳେ ବିଭିନ୍ନ ଜିଲାର ସମ୍ବଳ ଦେଖି ଚଳିତବର୍ଷର ପ୍ଲାନ ପ୍ରସ୍ତୁତ କରାଯାଇଛି। ଏନେଇ ଉନ୍ନୟନ କମିଶନର ଅନୁଗର୍ଗ କହିଛନ୍ତି , ଚଳିତ ବର୍ଷ ୧.୬ ଲକ୍ଷ ଟାର୍ଗେଟ୍ ହାସଲ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ତେବେ ନାବାର୍ଡ ପକ୍ଷରୁ ମିଳିଥିବା ସୂଚନାନୁସାରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳା ସ୍ବାଲବମ୍ବୀ ହୋଇଛନ୍ତି। ମହିଳାଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କ ଉପତ୍ାଦ ବିକ୍ରି ନେଇ ବଜାର ସୃଷ୍ଟି କରିବା ନାବାର୍ଡର ଲକ୍ଷ୍ୟ ବୋଲି କୁହାଯାଇଛି। ଭୁବନେଶ୍ୱର ଓ ଖୋର୍ଦ୍ଧାର ୨ଟି ମିଶନ ଶକ୍ତି ଷ୍ଟଲ ଥିବାବେଳେ ବାକି ରାଜ୍ୟର ୧୬ଟି ଷ୍ଟେଶନ ଏବଂ ରାଜ୍ୟ ବାହାରର ସବୁ ଷ୍ଟେଶନରେ ଷ୍ଟଲ ଖୋଲିବାକୁ ଉଦ୍ୟମ କରାଯାଉଛି।

ଦେଶର କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଯାହାକି ଶତ ପ୍ରତିଶତ କେଡ୍ରିଟ୍ ପ୍ଲାନ୍ ହାସଲ କରିଛି ବୋଲି ଅର୍ଥ ସଚିବ କହିଛନ୍ତି। ଗତବର୍ଷ ଭଲ ପ୍ରଦର୍ଶନ କରିଥିବା ବ୍ୟାଙ୍କଗୁଡ଼ିକୁ ଏ ଅବସରରେ ସମ୍ମାନିତ କରାଯାଇଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!