ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା କରିବ ଆର୍ସେଲର ମିତ୍ତଲ

ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଆର୍ସେଲର ମିତ୍ତଲ ଗୁଜରାଟର ହାଜିରାଠାରେ ନିର୍ମାଣ କରିବ ବୋଲି ୧୦ମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ-୨୦୨୪ରେ ଆର୍ସେଲେର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ ଘୋଷଣା କରିଛନ୍ତି। ଏହା ସହିତ ଇସ୍ପାତ ଏବଂ ଖଣି କମ୍ପାନୀ ଆର୍ସେଲର ମିତ୍ତଲ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି। ଏପରିକି କମ୍ପାନୀ ତା’ର ହାଜିରା ପ୍ରକଳ୍ପ କ୍ଷେତ୍ରର ସମ୍ପ୍ରସାରଣରେ ନିୟୋଜିତ ରହିଛିି।

୨୦୨୯ ଶେଷ ସୁଦ୍ଧା ବାର୍ଷିକ ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଅଦ୍ୱିତୀୟ କ୍ଷମତା ସହିତ ଏହା ଉପଲବ୍ଧ ହେବ, ଯାହାକି ଆର୍ସେଲର ମିତ୍ତଲ ସ୍ଥିତିକୁ ବିଶ୍ୱବ୍ୟାପୀ ଏକ ବୃହତ୍ ଏକକ ଇଣ୍ଟ୍ରିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ଭାବେ ଦୃଶ୍ୟପଟ ହେବ। ଅପରପକ୍ଷରେ ଆତ୍ମନିର୍ଭର ଭାରତ ଯାତ୍ରାରେ ଉଲ୍ଲେଖନୀୟ ଅବଦାନ ପାଇଁ କମ୍ପାନୀର ପ୍ରତିବଦ୍ଧତାର ଏକ ଅଂଶ ଭାବେ ଏହି ଘୋଷଣା କରାଯାଇଛି।

ଏ ସମ୍ପର୍କରେ ଆର୍ସେଲର ମିତ୍ତଲର ଚେୟାରମ୍ୟାନ ଲକ୍ଷ୍ମୀ ମିତ୍ତଲ କହିଛନ୍ତି, ଆତ୍ମନିର୍ଭରଶୀଳତା ଦିଗରେ ଯେକୌଣସି ଦେଶର ଯାତ୍ରା ପାଇଁ ଇସ୍ପାତ ହେଉଛି ଅନ୍ୟତମ ପ୍ରମୁଖ ଯୋଗଦାନକାରୀ ଉପାଦାନ। ଆମତ୍ନିର୍ଭର ଭାରତରେ ଷ୍ଟିଲର ଯୋଗଦାନ ଯଥା ଭିତ୍ତିଭୂମି, ସହରୀକରଣ, ନବୀକରଣ ଯୋଗ୍ୟ, ଅଟୋମୋବାଇଲ୍ ସହିତ ବୈଦ୍ୟୁତିକ ଯାନ, ପ୍ରତିରକ୍ଷା ଏବଂ ରେଳବାଇ ଭଳି ବିଭିନ୍ନ ପ୍ରୟୋଗକୁ ସମର୍ଥନ କରିଥାଏ।

ଏପରିକି ସର୍ବଭାରତୀୟ ବୈଷୟିକ ଜ୍ଞାନକୌଶଳରେ ସର୍ବୋତ୍ତମ ଉନ୍ନତି ଆଣିବା ଦ୍ୱାରା ଆମେ ଗୁଣାତ୍ମକ ଉତ୍ପାଦଗୁଡିକ ବିକାଶ କରୁଛୁ, ଯାହା ଏମ୍ଏସ୍ଏମ୍ଇ ଗୁଡ଼ିକରେ ଇସ୍ପାତ ଗ୍ରାହକଙ୍କୁ ଷ୍ଟାର୍ଟଅପ୍ ପ୍ରତିଯୋଗିତାରେ ସାହାଯ୍ୟ କରିବ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!