କଟକ ହେବ ସ୍ମାର୍ଟ ସିଟି

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କଟକ ହେବ ସ୍ମାର୍ଟ ସିଟି । କଟକରେ ପୂଜା ମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କଟକ ସହର ହେଉଛି ଭାଇଚାରାର ସହର । ଏହା ମୋର ସୌଭାଗ୍ୟ ଯେ, ମୁଁ ଆଜି ମାଆଙ୍କ ଦର୍ଶନ କଲି । କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ଧ୍ୟାନ ଦେବୁ ବୋଲି କହିଥିଲେ ।

ଶନିବାର କଟକର ବିଭିନ୍ନ ମଣ୍ଡପ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।ଶନିବାର ସକାଳୁ ପ୍ରଥମେ ପ୍ରତାପ ନଗରୀରୁ ଦଶହରା ବୁଲା ଆରମ୍ଭ କରିଥିଲେ। ପରେ ବିଭିନ୍ନ ମଣ୍ଡପ ବୁଲିବା ସହ କଟକ ସିଡିଏ ରେ ଏହା ଶେଷ ହୋଇଥିଲା। ମୁଖ୍ୟମନ୍ତ୍ରୀ ସହରର ପ୍ରାୟ ୩୫ ଟି ମଣ୍ଡପ ଯାଇ ମା’ ଙ୍କୁ ଦର୍ଶନ କରିବା ସହ ସୁନା ଓ ଚାନ୍ଦି ମେଢ଼ ଦେଖି ମା’ଙ୍କ ଆଶୀର୍ବାଦ ନେଇଥିଲେ।କଟକ ସହର ଦଶହରା ବୁଲିବା ମୋର ସୌଭାଗ୍ୟ । ମା’ ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛି। କଟକ ସହରକୁ ସ୍ମାର୍ଟ ସିଟି କରିବା ସହ ସହରର ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟ କରିବୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ କହିଛନ୍ତି । କଟକ ସହରର ବିଭିନ୍ନ ମଣ୍ଡପ ଯାଇ ମା’ ଙ୍କୁ ଦର୍ଶନ କରିବା ସମୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଓ ମା’ ଙ୍କ ଫଟୋ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ମୁଖ୍ୟ ମନ୍ତ୍ରୀ କଟକ ଆସି ମଣ୍ଡପ ବୁଲିବାକୁ ନେଇ ବହୁତ୍ ଖୁସି ଜାହିର କରିଛନ୍ତି ପୂଜା କମିଟି ସଦସ୍ୟ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!