ପୁର୍ବରୁ ପ୍ରସ୍ତୁତ ହୋଇଥିଲା ୧୨ହଜାର ନକଲି ସାର୍ଟିଫିକେଟ

କ୍ରାଇମବ୍ରାଞ୍ଚ ସ୍କାନରରେ ପ୍ରାୟ ଦୁଇଶହ ବ୍ୟକ୍ତି ରହିଥିବା ଜଣାପଡ଼ିଛି ଓ ଜାଲ ସାର୍ଟିଫିକେଟରେ ଚାକିରି ହାତେଇଥିବା ଲୋକଙ୍କ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ କିଛି ସରକାରୀ ଚାକିରିଆ ବି ସାମିଲ ଅଛନ୍ତି। ଜାଲ ସାର୍ଟିଫିକେଟ ରାକେଟରେ ଥିବା ମନୋଜର ସହଯୋଗୀକୁ ମଧ୍ୟ ଚିହ୍ନଟ କରାଯାଇଛି। ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକକୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ।ଧରାପଡ଼ିବା ପୂର୍ବରୁ ମନୋଜ ଅତି କମରେ ୧୨ ହଜାର ନକଲି ସାର୍ଟିଫିକେଟ ଦେଇଛି।

ସେମାନଙ୍କ ମଧ୍ୟରୁ ୨ଶହଜଣଙ୍କୁ ଚିହ୍ନଟ କରିସାରିଲାଣି କ୍ରାଇମବ୍ରାଞ୍ଚ। ରିମାଣ୍ଡ ଜେରାରେ ମନୋଜ ଓ ତାର ସହଯୋଗୀମାନେ ବହୁ ତଥ୍ୟ ଦେଇଛନ୍ତି। ସେମାନଙ୍କ ଠାରୁ ଅଧିକ ତଥ୍ୟ ଉଗାରିବା ପାଇଁ ପୁଣି ମନୋଜ ଓ ତାର ସହଯୋଗୀଙ୍କ ୫ ଦିନିଆ ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ।

କିଏ କିଏ ନକଲି ସାର୍ଟିଫିକେଟ ନେଇଛନ୍ତି, ସମସ୍ତଙ୍କୁ ଖୋଜିକି ବାହାର କରିବ କ୍ରାଇମବ୍ରାଞ୍ଚ। ଏହି ମାମଲାରେ ରବିବାର ବଲାଙ୍ଗିରର ୫ଟି ସ୍ଥାନରେ କ୍ରାଇମବ୍ରାଞ୍ଚ ଚଢ଼ଉ କରିଥିଲା। ଏହି ସବୁ ସ୍ଥାନରୁ କ୍ରାଇମ୍ବ୍ରାଞ୍ଚ ଏକାଧିକ ନକଲି ସାର୍ଟିଫିକେଟ୍, ପେନ୍ଡ୍ରାଇଭ୍ ଜବତ କରିଛି। ଏଥିସହ ରାକେଟରେ ସାମିଲ ଥିବା ୩ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ଆଗକୁ ଗିରଫଦାରି ସଂଖ୍ୟା ବଢ଼ିପାରେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

Post Views108 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!