ଭିଜିଲାନ୍ସ ଜାଲରେ କନିଷ୍ଠ ଷ୍ଟେନୋଗ୍ରାଫର

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଟ୍ରେଜରୀ ଅଫିସର କନିଷ୍ଠ ଷ୍ଟେନୋଗ୍ରାଫର । ଲାଞ୍ଚ ନେବାବେଳେ କନିଷ୍ଠ ଷ୍ଟେନୋଗ୍ରାଫର ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ ।

ଏହି ମାମଲାରେ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ଦୁଇଟି ସ୍ଥାନରେ ରେଡ୍ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନଂ ୧୧/୨୦୨୩ ୟୁ/ଏସ୍-୭ପିସି (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୧୮ ଆଧାରରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଶ୍ରୀ ମହାପାତ୍ରଙ୍କ ବିରୋଧରେ ତଦନ୍ତ ଚାଲିଛି ।

ଅଭିଯୋଗକାରୀ ଶିକ୍ଷକଙ୍କଠାରୁ ୪୮୦୦୦ ଟଙ୍କା ନେବାବେଳେ ଧରିଛି ଭିଜିଲାନ୍ସ । ପରମାନେଣ୍ଟ ରିଟାୟରମେଣ୍ଟ ଆକାଉଣ୍ଟନ ନମ୍ବର (ପ୍ରାନ) ଖୋଲିଦେବାକୁ କହି ୧୬୧ ଜଣ ଶିକ୍ଷକଙ୍କଠାରୁ ୩୦୦ ଟଙ୍କା ଲେଖାଏଁ ମୋଟ୍ ୪୮ ହଜାର ଟଙ୍କା ନେଉଥିଲେ । ଲାଞ୍ଚ ଅର୍ଥକୁ ଜବତ କରାଯାଇଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!