ଏଥର ଟ୍ରେନ ଧକ୍କାରେ ମରବେନି ହାତୀ

ଏଣିକି ଆଉ ଟ୍ରେନ୍ ଧକ୍କାରେ ମରିବେନି ହାତୀ । ହାତୀ ଧକ୍କା ହ୍ରାସ କରିବାକୁ ପୂର୍ବତଟ ରେଳପଥର ନୂଆ ଯୋଜନା । ହାତୀ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଲାଗୁ ହେବାକୁ ଯାଉଛି । ଟ୍ରେନ ଧକ୍କା ଦ୍ୱାରା ହାତୀ ମୃତ୍ୟୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପ୍ରଥମ ପର୍ଯ୍ୟାୟରେ ଏହାର ପରିସୀମା ମଧ୍ୟରେ ୬ ରେଳ ସେକ୍ସନ ପ୍ରାୟ 200 କିଲୋମିଟର ଦୈର୍ଘ୍ୟ ରେଳଧାରଣରେ ଇଣ୍ଟ୍ରୁଜନ୍ ଡିଟେକସନ୍ ସିଷ୍ଟମ୍ ବା ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ କରିବ । ହାତୀ ଚଳପ୍ରଚଳ କରୁଥିବା ସମ୍ବେଦନଶୀଳ ସ୍ଥାନରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ ପାଇଁ ପୂର୍ବତଟ ରେଳପଥ 79.12 କୋଟି ଟଙ୍କା ମଞ୍ଜୁର କରିଛି । । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଏବଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୬ ରେଳ ସେକ୍ସନ ପ୍ରାୟ 200 କିଲୋମିଟର ରେଳଧାରଣା କଡରେ ଏହି ପ୍ରଣାଳୀ କାର୍ଯ୍ୟକାରୀ କରାଇବାପାଇଁ ପଦକ୍ଷେପ ନିଆଯାଉଛି । ଏହି ରେଳ ସେକ୍ସନ ଗୁଡ଼ିକ ହେଉଛି ମାନେଶ୍ଵର-ବାମୁର, ତୁରେଇକେଲା-ଲଖନା, ଅରାଣ୍ଡ-ଅରଙ୍ଗ ମହାନାଦୀ ଓ ନର୍ଲା-ଥେରୁବାଲି ସମ୍ବଲପୁର ରେଳମଣ୍ଡଳରେ ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ-ରାଜ ଆଠଗଡ଼-ଅନୁଗୁଳ, ରମ୍ଭା-ଗଞ୍ଜାମ ଏବଂ ନୟାଗଡ଼-ପର୍ଜନପୁର ରେଳ ସେକ୍ସନ ଅନ୍ତର୍ଭୁକ୍ତ ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!