ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭିଜିଲାନ୍ସ ପଞ୍ଝାରେ ଲମତାପୁଟ ବ୍ଲକ ଯନ୍ତ୍ରୀ ଶୁଚିସ୍ମିତା ପରିଝା। ଲମତାପୁଟ ବ୍ଲକ ଉମ୍ବେଲ ପଞ୍ଚାୟତରେ ମନରେଗା ଯୋଜନାର ଘାଟ କଟିଙ୍କ ବାବଦକୁ ଲେବର ବିଲ୍ କରି ଦେବାକୁ ମାଷ୍ଟର ରୁଲରେ ହସ୍ତାକ୍ଷର କରିବା ପାଇଁ ୮ହଜାର ଲାଞ୍ଚ ନେବାବେଳେ ଜୟପୁର ଭିଜାଲାନ୍ସ ଚଢଉ କରିଛି ।

୩ଜଣ ଡିଏସପି ଏବଂ ଦୁଇ ଜଣ ଇନ୍ସପେକ୍ଟର ମିଳିତ ଚଢଉ କରି ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଧରିଛନ୍ତି । ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି l ଯନ୍ତ୍ରୀଙ୍କ ସେମିଲିଗୁଡ଼ା, ଭୁବନେଶ୍ୱର ଘର ସମେତ ୩ଟି ସ୍ଥାନରେ ଏକକାଳୀନ ଚଢଉ କରାଯଇଥିବା ସୂଚନା ମିଳିଛି l

Post Views40 Total Count

Apply Now


This will close in 0 seconds

error: Content is protected !!