୨ ବରିଷ୍ଠ IPSଙ୍କୁ ପ୍ରମୋସନ୍

ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ଏକ ବଡ଼ ଖବର ଆସିଛି । ୨ ବରିଷ୍ଠ IPSଙ୍କୁ DG ପାହ୍ୟକୁ ପଦୋନ୍ନତି ମିଳିଛି । ଆଇପିଏସ୍ ସଞ୍ଜୀବ ପଣ୍ଡା ଓ ଆଇପିଏସ୍ ଯଶୋବନ୍ତ ଜେଠୱା ଡିଜି ପାହ୍ୟାକୁ ପ୍ରମୋସନ୍ ପାଇଛନ୍ତି । ADG ରୁ DG ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୧୬ ତାରିଖରେ ଡିଜିପି ଖୁରାନିଆଙ୍କ କାର୍ଯ୍ୟକାଳ ସରୁଛି । ଏହା ପୂର୍ବରୁ ରାଜ୍ୟକୁ ନୂଆ ପୁଲିସ ମୁଖିଆ ମିଳିବ । ଏହି ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ପଦୋନ୍ନତି ପରେ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି କିଏ ହେବେ ଡିଜି ପୁଲିସ । ହୁଏତ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୁଲିସ୍ ମହାନିର୍ଦ୍ଦେଶକ ହୋଇପାରନ୍ତି ।
ଦୁଇ ବରିଷ୍ଠ IPS ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା ଉଭୟ ଅଧିକାରୀ ୧୯୯୪ ବ୍ୟାଚର IPS ଅଫିସର । ଏହି ପଦୋନ୍ନତି ପରେ ଓଡ଼ିଶା ପୁଲିସରେ ଉଭୟ ଅଧିକାରୀଙ୍କ ଗୁରୁତ୍ୱ ଆହୁରି ବଢ଼ିଛି ।ବର୍ତ୍ତମାନ ଯଶୋବନ୍ତ ଜେଠୱା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଭିଜିଲାନ୍ସ ବିଭାଗରେ ଦୁର୍ନୀତି ନିରୋଧ ଓ ତଦନ୍ତ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କ ଅଧୀନରେ ରହିଛି । DG ପାହ୍ୟାକୁ ପଦୋନ୍ନତି ପାଇବା ପରେ ଆଗାମୀ ଦିନରେ ତାଙ୍କୁ ପୁଲିସ ପ୍ରଶାସନର ଆହୁରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେହିପରି IPS ସଞ୍ଜୀବ ପଣ୍ଡାଙ୍କୁ ମଧ୍ୟ DG ପାହ୍ୟାକୁ ପଦୋନ୍ନତି ମିଳିଛି । ସେ ବର୍ତ୍ତମାନ ADG ଆଣ୍ଟି ନକ୍ସଲ ଅପରେସନ୍ (SIW) ଦାୟିତ୍ୱରେ ଅଛନ୍ତି । ରାଜ୍ୟରେ ନକ୍ସଲ ଦମନ ଅଭିଯାନ ଓ ସୁରକ୍ଷା ସମ୍ପର୍କିତ ରଣନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!