ନାମାଙ୍କନରୁ ଓହରି ଗଲେ ଜଗନ୍ନାଥ

ରାଜ୍ୟ ସଭା ପାଇଁ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରି ମଙ୍ଗଳବାର ଓହରି ଯାଇଛନ୍ତି ଭାଜପା ନେତା ଜଗନ୍ନାଥ ପ୍ରଧାନ। ଜଗନ୍ନାଥ ମଙ୍ଗଳବାର ବିଧିବଦ୍ଧ ଭାବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନ ଭାଜପାର ମମତା ମହାନ୍ତ ଜଣେମାତ୍ର ପ୍ରାର୍ଥୀ ଭାବେ ରାଜ୍ୟ ସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

ରାଜ୍ୟ ସଭା ପାଇଁ ମମତାଙ୍କ ନାଁ ଭାଜପା ଘୋଷଣା କରିବା ପରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମମତା ନାମାଙ୍କନ ଦାଖଲ କରିଥିଲେ। ହେଲେ ମମତାଙ୍କ ନାମାଙ୍କନ ଦାଖଲ କରିବାର କିଛି ସମୟ ପରେ ଜଗନ୍ନାଥ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ।

ଗତ ସାଧାରଣ ନିର୍ବାଚନରେ ଜଗନ୍ନାଥ ଭୁବନେଶ୍ୱର ମଧ୍ୟ ଆସନରୁ ଭାଜପାର ପ୍ରାର୍ଥୀ ହୋଇଥିଲେ। ହେଲେ ସେ ୩୭ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ତେବେ ରାଜ୍ୟରେ ଭାଜପାର ବିଧାୟକ ସଂଖ୍ୟାକୁ ଦୃଷ୍ଟି ଦେଲେ ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହାନ୍ତ ରାଜ୍ୟସଭା ଯିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!