ସାରା ଓଡ଼ିଶା ଏବେ ବିଜେପିମୟ, ବିଜେଡି ଗଡ଼ରେ ଧସେଇ ପଶିଛି ବିଜେପି । ଆଗକୁ ସରକାର ଗଢିବା ସହ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ଏ ନେଇ ରାଜ୍ୟସାରା ଚର୍ଚ୍ଚା । ସେପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି।
ଏସବୁ ଭିତରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣଙ୍କୁ ଭିକେ ପାଣ୍ଡିଆନ ବୋଲି ଚର୍ଚ୍ଚା। ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଭି.କେ ପାଣ୍ଡିଆନ୍ ଏବେ ଦିଲ୍ଲୀରେ। ବୁଧବାର ବିଳମ୍ୱିତ ରାତିରେ ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏପରିକି ସେଠାରେ ସେ ଏକ ପଞ୍ଚ ତାରକା ହୋଟେଲ୍ରେ ରହିଥିବାର ଖବର ବିଭିନ୍ନ ରାଜ୍ୟ ଗଣମାଧ୍ୟମ ଚର୍ଚ୍ଚା ର ବିଷୟ ପାଲଟିଛି ।
ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ପାଣ୍ଡିଆନ୍ ଏବେ କେଉଁଠି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଭାଇରାଲ ହେଉଥିବା ଏହି ଫଟୋ ଚର୍ଚ୍ଚା କୁ ଆହୁରି ତ୍ୱରାନ୍ୱିତ କରୁଛି ।
ଅନ୍ୟପଟେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଦଳ ସଭାପତିଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି ଭିକେ ପାଣ୍ଡିଆନ୍ ବୋଲି ଦେଇଛନ୍ତି ସୂଚନା।

