ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ

ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ଡିସେମ୍ବର ୯ ତାରିଖରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ ବିଶିଷ୍ଟ ସିରିଜରେ କଟକରେ ହେବ ପ୍ରଥମ ମୁକାବିଲା । କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ବାରବାଟୀକୁ ମିଳିଲା ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ । ଟି-୨୦ ମ୍ୟାଚ୍ ହେବା ନେଇ ଖବର ମିଳିବା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ଇଂଲଣ୍ଡ ସହ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍‌ ଲିଭିବା ଘଟଣାର ଯେମିତି ପୁନରାବୃତ୍ତି ନହୁଏ, ସେନେଇ ଓସିଏ ଯତ୍ନବାନ ହେବାକୁ କ୍ରୀଡ଼ାବିତ୍ ପରାମର୍ଶ ଦେଇଛନ୍ତି ।ଆସନ୍ତା ଡିସେମ୍ୱର ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍‌ ।

ଏହି ଖବର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଆଣିଦେଇଛି । ଗତ ଜାନୁଆରୀ ମାସରେ ଭାରତ- ଇଂଲଣ୍ଡ ଦିନିକିଆ ହାଇସ୍କୋରିଂ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିଲା । ଏହାପରେ ଆସନ୍ତା ଡିସେମ୍ୱର ମାସରେ ଆଉ ଏକ ମ୍ୟାଚ୍‌ ହେବା ନେଇ କ୍ରୀଡ଼ାପ୍ରେମୀଙ୍କ ଖୁସିକୁ ଦୁଇଗୁଣ କରିଛି ।

Post Views3 Total Count

Apply Now


This will close in 0 seconds

error: Content is protected !!