ଗଠନ ହେଉ କଳିଙ୍ଗ ରେଜିମେଣ୍ଟ: ପିୟୁସ

ଓଡ଼ିଆ ଅସ୍ମିତାର ଟେକ ବଢାଇବାକୁ ସ୍ବର ଉଠାଇଛନ୍ତି ମେଟ୍ରୋ ନିର୍ଦ୍ଦେଶକ ପିୟୁଷ ମହାନ୍ତି । ଓଡ଼ିଶା ଓ ଓଡ଼ିଆଙ୍କର ସ୍ବାର୍ଥ ରକ୍ଷା ପାଇଁ ପିୟୁସ ପ୍ରୟାସ ଆରମ୍ଭ କରିଛନ୍ତି । ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ କରିବାକୁ ସେ ଦାବି କରିଛନ୍ତି । ଓଡିଶା ନାମାନୁସାରେ କଳିଙ୍ଗ ନାମରେ ଗୋଟିଏ ରେଜିମେଣ୍ଟ ଗଠନ କରିବାକୁ ରାଜ୍ୟବାସୀ ଅନେକ ଦିନ ହେବ ଦାବି କରୁଛନ୍ତି । ଏହି ଦାବିକୁ ଅଧିକ ସଶକ୍ତ କରି ପିୟୁସ ସ୍ବର ଉଠାଇଛନ୍ତି ।

ଦଶନ୍ଧୀ ଧରି ଭାରତୀୟ ସେନାରେ ଓଡିଆ ଯବାନ ଯୋଗଦାନ ଦେଇ ଆସିଛନ୍ତି । ତେବେ କଳିଙ୍ଗ ରେଜିମେଣ୍ଟ ଗଠନ ହେଲେ ଏଥିରେ ଓଡିଶାର ଅନେକ ବାହାଦୂର ଯବାନ ସାମିଲ ହୋଇପାରିବେ । ଭାରତୀୟ ସେନାବାହିନୀରେ ଯେପରି ପଞ୍ଜାବ, ଆସାମ, ଜାଠ, ଅରୁଣାଞ୍ଚଳ ସ୍କାଉଟ, ଜାମ୍ମୁ ଓ କାଶ୍ମୀର ଇନପାଣ୍ଟ୍ରି, ଘରୱାଲ ରାଇଫଲସ, ମାଡ୍ରାସ, ସିକିମ, ମରାଠା, ରାଜପୁତ ଆଦି ରେଜିମେଣ୍ଟ ରହିଛି ସେହିପରି ଓଡ଼ିଶା ପାଇଁ କଳିଙ୍ଗ ରେଜିମେଣ୍ଟ ଗଠନ ଗଠନ କରାଯାଉ ।

ଏହାଦ୍ବାରା  ଭାରତୀୟ ସେନାରେ ଅଧିକରୁ ଅଧିକ ମାତ୍ରାରେ ଓଡ଼ିଆ ବୀର ଯବାନମାନେ ସାମିଲ ହୋଇପାରିବେ । ଓଡ଼ିଆମାନେ ଏବେ ଭାରତର ବିଭିନ୍ନ ରେଜିମେଣ୍ଚରେ ଯୋଗଦେଉଛନ୍ତି । କଳିଙ୍ଗ ରେଜିମେଣ୍ଟ ଗଠନ ହେଲେ ଓଡ଼ିଶା ଓ ଓଡ଼ିଆଙ୍କର ଗର୍ବ ବଢିବ । କଳିଙ୍ଗ ରେଜିମେଣ୍ଟ ଗଠନ ପାଇଁ ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପିୟୁସ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!