କଂଗ୍ରେସ ମୁଖ୍ୟାଳୟରେ ମନମୋହନଙ୍କ ପାର୍ଥୀବ ଶରୀର

ଆଜି ହେବ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ୍ୟ। ଦିନ ୧୧ଟା ୪୫ରେ ନୂଆଦିଲ୍ଲୀ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ।

ତେବେ ଏହା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟରେ ଶେଷ ଦର୍ଶନ ପାଇଁ ମନମୋହନଙ୍କ ପାର୍ଥୀବ ଶରୀର ରଖାଯାଇଛି। ସାରା ଦେଶର ବଡ଼ ବଡ଼ ନେତାଙ୍କ ତାଙ୍କ ଅନ୍ତିମ ଦର୍ଶନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।

କଂଗ୍ରେସ ମୁଖ୍ୟାଳୟରେ ତାଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ମୃତଦେହ ସହ ପହଞ୍ଚିଛନ୍ତି। ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସ ମୁଖ୍ୟାଳୟରେ ପ୍ରିୟଙ୍କା ଗାନ୍ଧି, ସୋନିଆ ଗାନ୍ଧି, ପୱନ ବନସଲ, ମଲ୍ଲିକାର୍ଜୁନ ଖଡ଼ଗେ, ପି ଚିଦାମ୍ବରମଙ୍କ ସମେତ ବଡ ମଧ୍ୟ ନେତାମାନେ ଉପସ୍ଥିତ ଅଛନ୍ତି।

Post Views10 Total Count

Apply Now


This will close in 0 seconds

error: Content is protected !!