ଫ୍ଲାଇଟ୍ ଟଏଲେଟରେ ଫସିଲେ ଯାତ୍ରୀ

ଦୀର୍ଘ ସମୟ ଧରି ବିମାନ ଟଏଲେଟରେ ଫସିଲେ ଯାତ୍ରୀ। ଟଏଲେଟ ଯାଇଥିବା ଯାତ୍ରୀ ଜଣକ ଆଉ ବାହାରକୁ ବାହାରି ପାରିନଥିଲେ । ଗତକାଲି ଘଟିଥିଲା ଏ ଘଟଣା । ବେଙ୍ଗାଳୁଲୁରୁ ମୁମ୍ବାଇ ଯାଉଥିବା ସ୍ପାଇସ୍ ଜେଟର ଏକ ବିମାନର ଟଏଲେଟରେ ଫସି ଯାଇଥିଲେ ଜଣେ ଯାତ୍ରୀ । ତେବେ ବିମାନ ଅବତରଣ କରିଗଲା ପଛେ  ଯାତ୍ରୀ ଜଣକ ସେଠାରୁ ବାହାରି ପାରିନଥିଲେ।

ବିମାନ ଆକାଶରେ ଥିବାବେଳେ ଯାତ୍ରୀ ଜଣକ ଟଏଲେଟ୍ ଯାଇ ଆଉ ବାହାରି ପାରିନଥିଲେ । ଟଏଲେଟ୍ ଲକର ଚାବି ଫସି ଯାଇଥିଲା । ବାହାରୁ କବାଟକୁ ଖୋଲିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ ବିମାନରେ ଥିବା ସଦସ୍ୟ । ଯାତ୍ରୀ ଜଣଙ୍କୁ ଟଏଲେଟର କବାଟ ଫାଙ୍କ ଦେଇ ଏକ୍ କାଗଜ ଖଣ୍ଡରେ ବିଚଳିତ ନହେବାକୁ ଆଶ୍ବାସନା ଦେଇଥିଲେ ବିମାନରେ ଥିବା କ୍ରୁ ମେମ୍ବର ।

ବାରମ୍ବାର ଚେଷ୍ଟା କରି ମଧ୍ୟ ଟଏଲେଟ କବାଟ ଖୋଲୁନଥିବାରୁ ତାଙ୍କୁ ବିମାନ ଅବତରଣ ପରେ ଉଦ୍ଧାର କରାଯିବ ବୋଲି ଏହି ଚିଟରେ ଲେଖିକି ଦେଇଥିଲେ ବିମାନରେ ଥିବା ସଦସ୍ୟ ।ଟଏଲେଟ ଭିତରେ ଥିବା କମୋଡ ତାଙ୍କର ସିଟ୍ ପାଲଟିଥିଲା। ବିମାନ ଅବତରଣ ପରେ ବିମାନର ଇଂଜିନିୟର ଆସି ଯାତ୍ରୀ ଜଣଙ୍କୁ ସେଠାରୁ ବାହାର କରିଥିଲେ।

ଘଟଣାକୁ ନେଇ ଯାତ୍ରୀଙ୍କୁ କ୍ଷମାପ୍ରାର୍ଥନା କରିବା ସହ ଯାତ୍ରାର ସମ୍ପୂର୍ଣ୍ଣ ଅର୍ଥ ଯାତ୍ରୀଙ୍କୁ ଫେରାଇଛନ୍ତି ସ୍ପାଇସ ଜେଟ୍ କର୍ତ୍ତୃପକ୍ଷ । ସ୍ପାଇସ୍ ଜେଟ୍ ବିମାନର ସଦସ୍ୟ ଯାତ୍ରୀ ଜଣଙ୍କୁ ଦେଇଥିବା କାଗଜ ଚିଟ୍ ଏବେ ଭାଇରାଲ ହେଉଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!