ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଗୁଜରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିଲେ। ଭୁବନଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡକ୍ଟର ଏଚ୍.ଆର୍ ବିଶ୍ୱାସଙ୍କୁ କୋଲକାତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି।
ଶ୍ରୀମତି ମହାନ୍ତି ଦାୟିତ୍ୱ ନେବା ପରେ ସେ କହିଛନ୍ତି, ଓଡ଼ିଶା ପାଣିପାଗର ଆକଳନ, ବଡ ଚ୍ୟାଲେଞ୍ଜ। ସବୁ ଲୋକଙ୍କ ପାଖରେ ପାଣିପାଗ ସମ୍ପର୍କିତ ସଠିକ ତଥ୍ୟ ପହଂଚାଇବା ଆମର ପ୍ରଥମ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି।
ଶ୍ରୀମତି ମହାନ୍ତି ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ। ଆରବ ସାଗରର ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

