ଡିସେମ୍ୱର ୩୧ ଓ ଜାନୁଆରୀ ୧ ତାରିଖରେ ଭୁବନେଶ୍ୱର ପୁଲିସ ବ୍ୟାପକ ଭାବେ ପହରା ମାରିବ। ଭିଡ଼ ନିୟନ୍ତ୍ରଣ ଓ ମଦ୍ୟପଙ୍କ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ ହେବ। ମଦ୍ୟପ ଚାଳକଙ୍କୁ ଧରିବା ଲାଗି ସମସ୍ତ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ତେବେ ନୂଆ ବର୍ଷକୁ ନେଇ ଜିରୋ ନାଇଟ ସେଲିବ୍ରେସନର ପୂର୍ବରୁ ପ୍ରସ୍ତୁତି ଶେଷ ହୋଇଛି। ଏଥିଲାଗି ହୋଟେଲ, ପବ୍, ଡ୍ୟାନ୍ସ ବାର୍ ପ୍ରସ୍ତୁତ ହୋଇଛି। ରାତି ମତୁଆଲା ଲାଗି ପ୍ରସ୍ତୁତ ହୋଇଥିବା ବେଳେ ସେମାନଙ୍କ ଉପରେ ନିଜର ରଖିଛି ଅବକାରୀ ବିଭାଗ। ୧୨ ଟା ରାତି ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି। କିନ୍ତୁ ୩୧ ତାରିଖ ରାତିରେ ଜିରୋ ନାଇଟ ଉତ୍ସବ ପାଳନ ନେଇ କୌଣସି କାର୍ଯ୍ୟକ୍ରମ ଲାଗି ଘରୋଇ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ମିଳିବ ନାହିଁ। ଅମାନିଆଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି।

