ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୩ ଆଇଏସଆଇଏସ ଆତଙ୍କବାଦୀଙ୍କୁ ରେଲୱେ ବିଭାଗର ଜଣେ କିରାଣୀ ଆର୍ଥିକ ସହାୟତା କରୁଥିଲେ । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଧରାପଡିଥିବା ୩ ଆତଙ୍କବାଦୀଙ୍କୁ ପଚରାଉଚରା ସମୟରେ ରେଲୱେ ବିଭାଗର କିରାଣୀଙ୍କ ବାବଦରେ ଜାଣିବାକୁ ମିଳିଥିଲା । ଗିରଫ କରିବା ପରେ ପଚରାଉଚରା ସମୟରେ ସାଂଘାତିକ ସତ ସାମ୍ନାକୁ ଆସିଛି । ଏହି ୩ ଆତଙ୍କବାଦୀଙ୍କ ଉପରେ ଏନଆଇଏ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ତେବେ ଏମାନଙ୍କୁ ଗିରଫ ପରେ ପୋଲିସ ଜାଣିବାକୁ ପାଇଛି ଯେ, ଆତଙ୍କବାଦୀଙ୍କୁ ଏହି କିରାଣୀ ଜଣକ ନିଜ ଅଫିସରେ ନକଲି ମେଡିକାଲ ବିଲ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହାସଲ କରୁଥିଲା ଏବଂ ଏହି ଟଙ୍କାକୁ ଆତଙ୍କବାଦୀଙ୍କୁ ସହାୟତା କରୁଥିଲା । ପୋଲିସ କହିବା ଅନୁଯାୟୀ, ଉକ୍ତ କିରାଣୀଙ୍କ ବାବଦରେ ପୂରା ସୂଚନା ମିଳିଛି । ଖୁବଶୀଘ୍ର ଏହି କିରାଣୀଙ୍କୁ ପଚରାଉଚରା କରାଯିବ ବୋଲି କହିଛି ପୋଲିସ । ଏହି ଖବର ଜଣାପଡିବା ପରେ ଆକ୍ଟିଭ ମୋଡକୁ ଆସିଛି ଯାଞ୍ଚ ଏଜେନ୍ସି । ସେହିଭଳି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ କିରାଣୀ ଜଣକ ନୋଏଡାରେ ବସବାସ କରୁଛି । ପୂର୍ବରୁ ଏହି କିରାଣୀ ଜଣକ ହିନ୍ଦୁ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଇସଲାମ ଧର୍ମ ଗ୍ରହଣ କରିଥିଲେ ।
Related Posts
ବିଗିଡ଼ିଲା ବଲିଉଡ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା
ବିଗିଡ଼ିଲା ବଲିଉଡ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା। ଗତ କିଛି ଦିନ ଧରି ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି…
ଲୋକସଭା ନିର୍ବାଚନ; କଂଗ୍ରେସର ବଡ଼ ଘୋଷଣା: ମିଳିବ ୩୦ ଲକ୍ଷ ଚାକିରି, ପ୍ରତି ଗ୍ରାଜୁଏଟଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା
ଯଦି କେନ୍ଦ୍ରରେ ସରକାର ଗଠନ ହୁଏ ତେବେ କଂଗ୍ରେସ ୩୦ ଲକ୍ଷ ଚାକିରି ପାଇଁ ତୁରନ୍ତ ନିଯୁକ୍ତି ଘୋଷଣା କରିଛି।…
ମହାରାଷ୍ଟ୍ର ରାଇଗଡ଼ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 22କୁ ବୃଦ୍ଧି
ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 22କୁ ବୃଦ୍ଧି । ଏବେ ବି NDRFର ସର୍ଚ୍ଚ ଅପରେସନ ଜାରି ରହିଛି ।…

