ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ । ସର୍ବଭାରତୀୟ ସ୍ତରରେ ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ସେହିଭଳି ଉମା ହରାଥି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପ୍ରକାଶିତ ଫଳାଫଳ ଅନୁଯାୟୀ, ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।
ଏଥର ୟୁପିଏସସି ପରୀକ୍ଷାରେ ୧୮୦ ଜଣ ଆଇଏଏସ୍ ପାଇଥିବାବେଳେ, ୩୮ ଜଣ ଆଇଏଫଏସ୍ ଓ ୨୦୦ ଜଣ ଆଇପିଏସ୍ ପାଇଛନ୍ତି । ତେବେ ଓଡିଆ ଝିଅ କସ୍ତୁରୀ ପଣ୍ଡା ଆଇଏଏସ୍ ଲିଷ୍ଟର ୬୭ ତମ ସ୍ଥାନରେ ରହିଛନ୍ତି ।
ଭୁବନେଶ୍ୱରରେ ରହୁଥିବା ଓଡିଆ ଝିଅ କସ୍ତୁରୀ ପଣ୍ଡା ଏଥର ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏନଆଇଟି ରାଉରକେଲାରୁ ସେ ବି-ଟେକ୍ କରିଛନ୍ତି ।

