ଭୂମଧ୍ୟସାଗର ତଳେ 7000 ବର୍ଷ ପୁରୁଣା ରାସ୍ତା ଆବିଷ୍କୃତ

ଗବେଷକମାନଙ୍କୁ ଚକିତ କରିଦେଇଛି ଭୂମଧ୍ୟସାଗରର ଶଯ୍ୟାରେ ଥିବା ୭୦୦୦ ବର୍ଷ ତଳର ପୁରୁଣା ରାସ୍ତା । କ୍ରୋଏସିଆର ଜଦାର ବିଶ୍ବବିଦ୍ୟାଳୟର ଗବେଷକମାନେ ଛାଡ଼ିଥିବା ତାହାର ଏକ ଫଟୋଚିତ୍ରରେ ଦୀର୍ଘ ୪ ମିଟର ଓସାର ବିଶିଷ୍ଟ ଉକ୍ତ ସଡ଼କରେ ପଥରଖଣ୍ଡଗୁଡ଼ିକ ସଜ୍ଜିତ ହୋଇ ପଡ଼ିଥିବା ସ୍ପଷ୍ଟ ଜଣାପଡୁଛି। ୪,୯୦୦ ବର୍ଷ ପୂର୍ବେ ଏହି ରାସ୍ତାରେ ଲୋକେ ଚଳପ୍ରଚଳ କରୁଥିବା ଅନୁମାନ କରାଯାଉଛି। ଉକ୍ତ ସଂସ୍କୃତିର ଅଧିବାସୀମାନେ କୁଶଳୀ ଶ୍ରମିକ ଓ ଦକ୍ଷ ପଶୁପାଳକ ଥିଲେ, ଯେଉଁମାନେ ସ୍ବଳ୍ପ ସଂଖ୍ୟକ ଗୋଷ୍ଠୀରେ ବସବାସ କରୁଥିଲେ। କୁହାଯାଉଛି ସେମାନଙ୍କ ପୂର୍ବପୁରୁଷମାନେ ହିଁ ଏହି ରାସ୍ତାରେ ଚଳପ୍ରଚଳ କରୁଥିଲେ, ଯାହା ଏବେ ସମୁଦ୍ରଗର୍ଭରେ ବିଲୀନ ହୋଇପଡ଼ିଛି।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!