ରଙ୍ଗୀନ୍ କେକ ନେଇପାରେ ଆପଣଙ୍କ ଜୀବନ

ଆଜିକାଲି ବଜାରରେ ଅନେକ ଭେରାଇଟିର କେକ୍ ମିଳୁଛି ଯେମିତିକି ରଙ୍ଗୀନ କେକ୍ , ଆଇସ୍ କେକ୍ ଏବଂ କଷ୍ଟମାଇଜ୍ କେକ୍ । ନିଜ ପସନ୍ଦ ଅନୁସାରେ ଗ୍ରାହକ ଏହି କେକ୍ ସବୁକୁ କିଣି ନିଅନ୍ତି । କିନ୍ତୁ ନିକଟରେ ଏହି ରଙ୍ଗବେରଙ୍ଗର କେକ୍ ବିଷୟରେ ଏକ ଚକିତ କରିଦେଲା ଭଳି ରିପୋର୍ଟ ସାମ୍ନାକୁ ଆସିଥିଲା ।

କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁସାରେ , ୨୩୫ ଟି କେକ୍ ନମୁନାରୁ ୧୨ ଟି ନମୁନାରେ କ୍ଷତିକାରକ ରାସାୟନିକ ପଦାର୍ଥ ଚିହ୍ନଟ କରାଯାଇଥିଲା । ଯାହା କର୍କଟ ରୋଗର କାରଣ ହୋଇଥାଏ ।

ଏହି ୧୨ ଟି ନମୁନାରୁ ଅଲ୍ଲୁରା ରେଡ୍ , ସନସେଟ୍ ୟେଲୋ ଏଫସିଏଫ୍ , ପୋନ୍ସେଉ ୪ ଆର୍ , ଟାର୍ଟ୍ରାଜିନ୍ ଏବଂ କାର୍ମୋଏସିନ୍ ଭଳି କୃତ୍ରିମ ରଙ୍ଗ ମିଳିଥିଲା । ଦୁର୍ଭାଗ୍ୟର କଥା ହେଉଛି ଏହି ରାସାୟନିକ ପଦାର୍ଥ ସବୁ କେକରେ ଥିବା ସହ ଏହାର ମାତ୍ରା ମଧ୍ୟ ଅଧିକ ପଡ଼ିଥିଲା ।

Post Views29 Total Count

Apply Now


This will close in 0 seconds

error: Content is protected !!