ରୋଜାଲିନ୍‌ ମ୍ୟାଡାମ୍, ସବୁଠୁ ଅଧିକ ଫାଇନ୍‌ କାଟିଥିବା ଟିଟି

ଭାରତୀୟ ରେଳ…ଆଜିକାଲି ସମସ୍ତେ ପ୍ରାୟ ରେଳରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଯାତ୍ରା କରନ୍ତି। ଅଳ୍ପ ଟଙ୍କା, ଆରାମ ଦାୟକ ସୁବିଧା ଯୋଗାଉଥିବାରୁ ଯାତ୍ରୀଙ୍କର ପସନ୍ଦ ରେଲୱେ । ହେଲେ ଅନେକ ସମୟରେ ଆମେ ଟ୍ରେନ୍ରେ ଯାତ୍ରା କରୁଥଇବା ଯାତ୍ରୀ ବିନା ଟିକେଟ୍‌ରେ ଯାତ୍ରା କରନ୍ତି। ଏଥିପାଇଁ ଟିଟି ଫାଇନ୍‌ ମଧ୍ୟ କାଟନ୍ତି। ତେବେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ସବୁ ଅଧିକ ଫାଇନ କାଟିଥିବା ଟିଟି କିଏ ଜାଣନ୍ତି କି? ରୋଜାଲିନ ଆରୋକିଆ ମେରି । ପାଖାପାଖି ୧ କୋଟି ଟଙ୍କା ଜରିମାନା ଆକାରରେ ଆଦୟ ବି କରିଛନ୍ତି ।
ରୋଜାଲିନ ଆରୋକିଆ ମେରି ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ଭାବରେ ବେଶ୍ ଜଣାଶୁଣା । ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମେରିଙ୍କର ଅନେକ ଫଟୋ ସେୟାର କରାଯାଇଛି । ତାଙ୍କର ଏହି କାର୍ଯ୍ୟ ପାଇଁ ପୂର୍ବରୁ ପ୍ରଶଂସା ମଧ୍ୟ ହୋଇଛି। ଏହି ଫଟୋ ଗୁଡିକରେ ସେ ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରୁଥିବା ସହ ଜୋରିମାନା ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ରୋଜାଲିନଙ୍କ ଫଟୋ ଟ୍ୱିଟ କରି କ୍ୟାପସନରେ ଲେଖାଯାଇଛି, ସମ୍ପୂର୍ଣ୍ଣ ନିଷ୍ଠାର ସହିତ ନିଜର କାର୍ଯ୍ୟ କରୁଛନ୍ତି ରୋଜାଲିନ୍ । ବିନା ଟିକେଟରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କା ଜରିମାନା ଆକାରରେ ସଂଗ୍ରହ କରିଛନ୍ତି ।
ଅନେକ ସମୟରେ ଲାଞ୍ଚ ନେଇ ଟିଟି ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କୁ ଛାଡି ଦେଉଥିବା ବେଳେ ରୋଜାଲିନ୍‌ ସେମାନଙ୍କ ପାଇଁ ଏକ ଉଦାହରଣ। ସେ ଏପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା କୌଣସି ଯାତ୍ରାଙ୍କ ଠାରୁ ଫାଇନ୍‌ ଆଦାୟ ନକରି ଛାଡିନାହାନ୍ତି।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!