Uniform Civil Code କ’ଣ? କାହିଁକି ଏହାକୁ ନେଇ ଚର୍ଚ୍ଚା

ଦେଶରେ ସମାନ ନାଗରିକ ସଂହିତା ବିଲକୁ ନେଇ ଏବେ ଚର୍ଚ୍ଚା। ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲକୁ ପାରିତ କରିବାକୁ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର । ଏହି ବିଲ ଉପରେ ବିସ୍ତୃତ ଆଲୋଚନା ପାଇଁ ଜୁଲାଇ ୩ ତାରିଖରେ ସହସଦୀୟ ସ୍ଥାୟୀ ସମିତି ବୈଠକ ଡକାଯାଇଛି । ତେବେ ଆଜି ଆସନ୍ତୁ ସମାନ ନାଗରିକ ସଂହିତା ବିଲ ବା Uniform Civil Code କ’ଣ?
ସରଳ ଅର୍ଥରେ ବୁଝିଲେ ସମାନ ନାଗରିକ ସଂହିତା ରେ ସବୁ ଧର୍ମ ପାଇଁ ଗୋଟିଏ ବା ଏକପ୍ରକାରର ଆଇନ ବ୍ୟବସ୍ଥା ଲାଗୁ ହେବ । ଯେଉଁଥିରେ ବିବାହ, ଛାଡପତ୍ର, ସମ୍ପତ୍ତିରେ ଅଧିକାର ସମ୍ପର୍କୀତ ନିଜ ନିଜର ଆଇନ ବ୍ୟବସ୍ଥା ରହିଛି ।
କିନ୍ତୁ ୟୁସିସି ଲାଗୁ ହେବା ପରେ ସବୁ ଧର୍ମର ଲୋକଙ୍କ ପାଇଁ ନ୍ୟାୟ ବ୍ୟବସ୍ଥା ସିଭିଲ ନିୟମ ମାଧ୍ୟମରେ ହିଁ ସମାଧାନ ହେବ । ୟୁସିସିର ଅର୍ଥ ବିବାହ, ଛାଡପତ୍ର , ପୋଷ୍ୟସନ୍ତାନ ଗ୍ରହଣ, ଉତ୍ତରାଧିକାରୀ, ଓ ସମ୍ପତ୍ତି ଅଧିକାର ସହ ଜଡିତ ଆଇନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ।
ଏହା ହେଲେ କୌଣସି ମାମଲାର ସମାଧାନ ସହଜରେ ହୋଇପାରିବା ସହ ସବୁ ଧର୍ମ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିବ ବୋଲି ମତ ପ୍ରକାଶ ପାଉଛି ।

Post Views61 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!