ଦିଲ୍ଲୀ ପୋଲିସକୁ ଆସିଲା ଧମକପୂର୍ଣ୍ଣ କଲ

ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ଗିରଫ ପରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପଚରାଉଚରା ପାଇଁ ନିଜ ହେପାଜତକୁ ନେଇ ଇଡି । କିନ୍ତୁ ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଥିଲେ କେଜ୍ରିୱାଲ ଏବଂ ଜେଲରୁ ସରକାର ଚଲାଇବେ ବୋଲି ସ୍ପଷ୍ଟ କରିଥିଲେ । ଏଭଳି ଭାବେ ସରକାର ଚଲାଇଲେ କିଛି ଚ୍ୟାଲେଞ୍ଜ ଆସିବ କିନ୍ତୁ ସଠିକ୍ ଢଙ୍ଗରେ ସରକାର ଚଳାଇବାକୁ ପ୍ରୟାସ କରିବୁ ।

କାରଣ ଦିଲ୍ଲୀର ଜନତା ଏହା ହିଁ ଚାହୁଁଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ । ଗତ ଗୁରୁବାର ଦିନ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲା ଇଡି । ୨ ଘଣ୍ଟାର ପଚରାଉଚରା ପରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି ।

କେଜ୍ରିୱାଲଙ୍କୁ ତୁରନ୍ତ ଜେଲରୁ ମୁକ୍ତ କର ନଚେତ… । କିଛି ଏଭଳି ଧମକ ଦେଇ ଦିଲ୍ଲୀରୁ ଗିରଫ ହୋଇଛନ୍ତି ଯୁବକ । ଏହି ଯୁବକ ଜଣକ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି କହିଥିଲେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୁରନ୍ତ ଛାଡି ଦିଆଯାଉ ନଚେତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ । ବିଳମ୍ବିତ ରାତିରେ ପୋଲିସ ଏଭଳି ଏକ ଧମକପୂର୍ଣ୍ଣ କଲ ଆସିଥିଲା । ଏହି କଲ ଆସିବା ପରେ ପୋଲିସ ଜଣେ ଯୁବକଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି ।

Post Views81 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!