ପ୍ରବଳ ବିରୋଧ… ପ୍ରବଳ ପ୍ରତିବାଦ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ହଟିଲା ‘ଜଗନ୍ନାଥ ଧାମ’ ଲେଖା । ପୁରୀରେ ପ୍ରବଳ ପ୍ରତିବାଦ ଏବଂ ଓଡିଶାରୁ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ‘ଜଗନ୍ନାଥ ଧାମ’ ଲେଖା ହଟାଯାଇଛି ।
ଜଗନ୍ନାଥ ଧାମ’ ନାମ ହଟାଯାଇଥିବା ନେଇ ପଶ୍ଚିମବଙ୍ଗ ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ । ଦୀଘା ମନ୍ଦିର ସାମ୍ନାର ପୂର୍ବ ପର ଫଟୋ ପକାଇ ସେ ‘ଜଗନ୍ନାଥ ଧାମ’ ନାମ ହଟିଥିବା ଦେଖାଇଛନ୍ତି । ଆଉ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ… ଫେଲ୍ ମାରିଲା ମମତାଙ୍କ ବିଭାଜନ ରଣନୀତି ।
ତେବେ ଆଜି ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ ବୋଲି କହିଥିଲେ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ବି ସବୁଠି ଅଛି । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ, ସବୁ ସ୍ଥାନରେ ଥାଏ ମଧ୍ୟ । ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହାଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ ଟାର୍ଗେଟ୍ କରିଥିଲେ ମମତା ।

