ବଢୁଛିଚର୍ଚ୍ଚିତ ଫିଲ୍ମ ଦ କେରଳ ଷ୍ଟୋରୀର ବିବାଦ । ତାମିଲନାଡୁ ପରେ ଏବେ ପଶ୍ଚିମବଙ୍ଗରେ ଦ କେରଳ ଷ୍ଟୋରୀକୁ ବ୍ୟାନ କରାଯାଇଛି ।ବିଭିନ୍ନ ସ୍ଥାନରେ ପ୍ରତିବାଦ ପରେ ରାଜ୍ୟ ସରକାର ନେଇଛନ୍ତି ଏଭଳି ନିଷ୍ପତ୍ତି। ଫିଲ୍ମ ଚାଲିବା ଦ୍ବାରା ଆଇନ ଶୃଙ୍ଖଳା ଉପରେ ପ୍ରଭାବ ପଡିପାରେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତୀ ମମତା ବାନାର୍ଜୀ ।ସେ କହିଛନ୍ତି କାଶ୍ମୀର ଫାଇଲସ ଓ କେରଳ ଷ୍ଟୋରୀ ପରେ ପଶ୍ଚିମବଙ୍ଗ ଉପରେ ମଧ୍ୟ ଏକ ଫିଲ୍ମ ତିଆରି କରିବା ଲାଗି ଚେଷ୍ଟା ଚାଲିଛି । ରାଜ୍ୟରେ କିଛି ପ୍ରେକ୍ଷାଳୟରେ କେରଳ ଷ୍ଟୋରୀ ଚାଲିଛି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମମତା । ଫିଲ୍ମରେ କଠୋରପନ୍ଥୀ ଇସଲାମିକ ଧର୍ମଗୁରୁମାନେ ହିନ୍ଦୁ ଓ ଖ୍ରୀଷ୍ଟିଆନ ମହିଳାଙ୍କୁ ଟାର୍ଗେଟ କରୁଥିବା ଦର୍ଶାଯାଇଛି । ହିନ୍ଦୁ ଓ ଖ୍ରୀଷ୍ଟିଆନ ମହିଳାମାନେ ଇସଲାମ ଧର୍ମରେ ଦୀକ୍ଷିତ ହୋଇ ଆଫଗାନିସ୍ତାନ, ୟେମେନ ଓ ସିରିୟାକୁ ଚାଲିଯାଉଥିବା ଫିଲ୍ମରେ ପ୍ରଦର୍ଶିତ କରାଯାଇଛି ।ଅନ୍ୟପକ୍ଷରେ ଦ କେରଳ ଷ୍ଟୋରୀର ମେକର୍ ବିପୁଲ ଅମୃଲ ପାଲ ଶାହା ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

