ଗୋଟିଏ ପଟେ ଦେଶରେ ବିମାନ ଚଳାଚଳ କ୍ଷେତ୍ର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷେ କମ୍ ମୂଲ୍ୟରେ ସୁବିଧା ଯୋଗାଉଥବା ବିମାନ କମ୍ପାନୀଗୁଡିକର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି । ପୂର୍ବରୁ ଗୋ ଫାଷ୍ଟ ଏୟାର ଲାଇନ୍ସ ନିଜକୁ ଦେଆଳିଆ ଘୋଷଣା କରିସାରଥିବା ବେଳେ ଏବେ ଏନସିଏଲଟି ସ୍ପାଇସ୍ ଜେଟକୁ ମଧ୍ୟ ନୋଟିସ ପଠାଇଛି । ସ୍ପାଇସ ଜେଟ ବିରୋଧରେ ଦେବାଳିଆ ଆଇନ ଅନୁସାରେ ଏନସିଏଲଟି ମେ ୧୭ରେ ଶୁଣାଣି କରିବ । NCLTର ଦୁଇ ସଦସ୍ୟ ବିଶିଷ୍ଟ ବେଞ୍ଚ ସ୍ପାଇସଜେଟକୁ ନୋଟିସ ପଠାଇଛି | ଏହି ବେଞ୍ଚରେ ଏନସିଏଲଟି ସଭାପତି ରାମଲିଙ୍ଗମ ସୁଧାକର ଅଧ୍ୟକ୍ଷତା କରିଥିଲେ। ଦେବାଳିଆ ନୋଟିସରେ ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ ଏୟାରକଷ୍ଟେଲ ମାମଲାରେ ଏନସିଏଲଟି ଏହାକୁ ସାଧାରଣ ନୋଟିସ ପଠାଇଛି। ମାମଲାର ଖୁବଶୀଘ୍ର ସମାଧାନ ହେବା ନେଇ କମ୍ପାନୀ ଆଶା ରଖିଛି ।
Related Posts
ରାଜସ୍ଥାନରେ ବନ୍ଦ ହେଲା ରଥଯାତ୍ରା
ରାଜସ୍ଥାନରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ନେଇ ଉଠିଥିବା ବିବାଦରେ ଆସିଛି ନୂଆ ମୋଡ଼ । ପ୍ରଶାସନର ହସ୍ତକ୍ଷେପ ପରେ…
ମୋଦି ସରନେମ୍ କେସ୍: ମାନହାନୀ ମୋକଦ୍ଦମା ମାମଲାରେ ରାହୁଲ ଗାନ୍ଧୀଙ୍କୁ 2 ବର୍ଷ ଜେଲ
‘ମୋଦି ସରନେମ ଥିବା ବ୍ୟକ୍ତିମାନେ ଚୋର।‘ ଏହି ବିବୃତ୍ତି ହେତୁ ସୁରଟ କୋର୍ଟରେ ପୂର୍ବତନ କଂଗ୍ରେସ ସଭାପତି ତଥା ୱାୟନାଡ…
ପ୍ୟାରିସରେ ମୋଦି, ରାଷ୍ଟ୍ରପତି ମାକ୍ରନଙ୍କ ସହ ଏଆଇ ଶିଖର ସମ୍ମିଳନୀରେ ଯୋଗଦେବେ
ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି । ତାଙ୍କୁ ସେଠାକାର ଓର୍ଲି ବିମାନବନ୍ଦରରେ ଜୋରଦାର ସ୍ବାଗତ କରିଛନ୍ତି ପ୍ରବାସୀ ଭାରତୀୟ…

