ବେକାର ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ବେକାର ଯୁବକମାନେ ଆସନ୍ତା ଆର୍ଥିକ ବର୍ଷରୁ ଏହି ଭତ୍ତା ପାଇବେ। ଭତ୍ତା ରାଶି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି।
ବର୍ଷର ଶେଷ ନଭେମ୍ବର ମାସରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାର ଦେଇଥିବା ଏହି ଘୋଷଣା ରାଜ୍ୟର ବେକାର ଯୁବକମାନଙ୍କୁ କିଛି ମାତ୍ରାରେ ଆରାମ ଦେବ କେତେ ଟଙ୍କା ଭତ୍ତା ପାଇବେ ତାହା ବଜେଟରେ ଘୋଷଣା କରାଯିବ।
ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୁରୁବାର ଏହି ବିଷୟରେ ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ବାଘେଲ ଲେଖିଛନ୍ତି ଯେ, ମୁଁ ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ବେରୋଜଗାର ଯୁବକ ମାନଙ୍କ ପାଇଁ ପ୍ରତି ମାସରେ ବେକାରୀ ଭତ୍ତା ଘୋଷଣା କରୁଛି।

