ପ୍ରତି ବିଦ୍ୟାଳୟରେ ରହିବ ‘ହାଉସ୍ ସିଷ୍ଟମ୍’

ସ୍କୁଲରେ ଛତ୍ରୀଛାତ୍ରଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ହାଉସ୍ ଗଠନ କରାଯିବ ଏବଂ ପ୍ରତ୍ୟେକ ହାଉସ୍ରେ ଉଭୟ ଛାତ୍ରୀ ଏବଂ ଛାତ୍ର ରହିବେ। ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ଆରମ୍ଭ ହେବ ‘ହାଉସ୍ ସିଷ୍ଟମ୍’।

ସପ୍ତାହର ପ୍ରତ୍ୟେକ ଶନିବାର ଛାତ୍ରୀଛାତ୍ରମାନେ ବିଭିନ୍ନ ପ୍ରକାର ସହପାଠ୍ୟଭିତ୍ତିକ ଏବଂ ଆକାଂକ୍ଷିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆଗାମୀ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଏହି ହାଉସ୍ ବ୍ୟବସ୍ଥା ଲାଗୁ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍. କହିଛନ୍ତି।

ସେହିପରି ସ୍କୁଲ ଶିକ୍ଷାରେ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ପୂର୍ବରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଥିବା ସ୍କୁଲ୍ କ୍ୟାବିନେଟ୍କୁ ଅଧିକ କାର୍ଯ୍ୟକ୍ଷମ କରାଯିବ ବୋଲି ସଚିବ କହିଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!