ବିଜେପିରେ ସାମିଲ ହେବେ କି ପ୍ରସନ୍ନ ପାଟ୍ଟଶାଣୀ?

ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଏବେ କୁଆଡେ ଦଳ ପରିବର୍ତନ କରିବାକୁ ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି । ଏବେ ସେ ଦିଲ୍ଲୀ ଯାଇଥିବା ଜଣାପଡିଛି । ଓଡ଼ିଶାର ଜଣେ ବରିଷ୍ଠ ବିଜେପି ନେତା ତଥା ନବ ନିର୍ବାଚିତ ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ଦିଲ୍ଲୀ ଡକାଇଛନ୍ତି ।

ଦିଲ୍ଲୀରେ ଆଜି ସଂସଦୀୟ ଦଳ ବୈଠକ ଥିବାବେଳେ ଏହି ସମୟରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦିଲ୍ଲୀ ଡକାଯାଇଛି । ପ୍ରସନ୍ନ ପାଟଶାଣୀଙ୍କ ସାଥିରେ ଅଛନ୍ତି ସିଲଭର ଗାନ୍ଧୀ ମୋହନ ମହାପାତ୍ର ଓ ବିବେକାନନ୍ଦ ଜେନା ।

ପ୍ରସନ୍ନ ପାଟଶାଣୀଙ୍କ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ନିର୍ବାଚନ ବେଳେ ସେ ବିଜେଡି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ସେହିପରି ପୂର୍ବରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ବିଜେଡି ସୁପ୍ରିମୋ ପ୍ରତିଶ୍ରୁତି ଦେଇଥିଲେ ବୋଲି ସେ କୁହନ୍ତି । ଆଉ ଏବେ ବିଜେଡିର ବିପର୍ଯ୍ୟୟ ପରେ ସେ ଦଳ ପରିବର୍ତନ କରିବାକୁ ନିଷ୍ପତି ନେଇଥିବା କୁହାଯାଉଛି ।

ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ୱର ଲୋକସଭାରୁ ୧୯୯୮ରୁ ୨୦୧୯ ଯାଏଁ ପ୍ରତିନିଧିତ୍ୱ କରୁଥିଲେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!