ଓପିଏସସି ଅଧ୍ୟକ୍ଷ ଦାୟିତ୍ୱରେ ସନତ ମହାନ୍ତି

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ପଦବୀରୁ ଅବସର ନେଇଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ସତ୍ୟଜିତ୍ ମହାନ୍ତି । ଆଉ ଓପିଏସସି ସଦସ୍ୟ ସନତ କୁମାର ମହାନ୍ତିଙ୍କୁ ଆୟୋଗର ଇନଚାର୍ଜ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ଅଗଷ୍ଟ ୩ତାରିଖରୁ ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱରେ ରହିବେ । ଏବେ ଆୟୋଗରେ ସନତ ମହାନ୍ତିଙ୍କ ସମେତ ଅନ୍ୟ ୪ଜଣ ସଦସ୍ୟ – ଡଃ ସରିତା ସୁପକାର, ଶ୍ୟାମଭକ୍ତ ମିଶ୍ର, ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ଗୌରାଙ୍ଗ ଚରଣ ସାହୁ କାର୍ଯ୍ୟ କରୁଛନ୍ତି ।

ଅଧ୍ୟକ୍ଷ ପଦରୁ ଅବସର ନେଇଥିବା ଅବସରପ୍ରାପ୍ତ ଆଇପିଏସ୍ ସତ୍ୟଜିତ୍ ମହାନ୍ତି ୨୦୨୧ ମାର୍ଚ୍ଚ ୧ ତାରିଖରେ ଆୟୋଗର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!