ସଂଘି ସିମେଣ୍ଟ୍ କୁ କିଣିବେ ଆଦାନି

ଶିଳ୍ପପତି ଗୌତମ ଆଦାନି ପୁଣି ଥରେ ନିଜ ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିବା ଉଦ୍ୟମ ଆରମ୍ଭ କରିଛନ୍ତି। ସେ ପ୍ରଥମ ଥର ଏକ ବଡ଼ କଂପାନି କିଣିବାକୁ ଯାଉଛନ୍ତି। ସିମେଣ୍ଟ୍ ଶିଳ୍ପରେ ବର୍ତ୍ତମାନ କିଣାବିକା ପ୍ରକ୍ରିୟା ଜାରି ରହିଛି।

ଆଗାମୀ ଦିନରେ ଅଲ୍ଟ୍ରାଟେକ୍, ଅମ୍ବୁଜା-ଏସିସି, ଡାଲମିଆ ଓ ଜେଏସ୍ଡବ୍ଲୁ ବଡ଼ ସଂସ୍ଥା ହୋଇରହିବେ ବୋଲି ଅନୁମାନ କରାଯାଉଛି। ଜେପି ସିମେଣ୍ଟ୍କୁ କିଣିବା ଲାଗି ଡାଲମିଆ ଭାରତ ବୁଝାମଣା ସ୍ବାକ୍ଷର କରିଛି। ହୋଲ୍ସିମ୍ ସିମେଣ୍ଟ୍କୁ କିଣିବା ଲାଗି ଗତବର୍ଷ ଜେଏସ୍ଡବ୍ଲୁ, ଆଦାନି ଓ ଅଲ୍ଟ୍ରାଟେକ୍ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଶେଷରେ ଆଦାନି ବାଜି ମାରିନେଇଥିଲେ।

ଗୁଜରାଟର ସଂଘି ସିମେଣ୍ଟ୍କୁ ତାଙ୍କ ସଂସ୍ଥା ଅମ୍ବୁଜା ସିମେଣ୍ଟ୍ ୬୦୦୦ କୋଟି ଟଙ୍କାରେ କିଣିବ। ସଂଘି ସିମେଣ୍ଟ୍କୁ କିଣିବା ଲାଗି ଆଦାନି ୪୫୦୦ କୋଟି ଟଙ୍କା ଦେବେ। ଏଥି ସହିତ ସେହି କଂପାନି ଉପରେ ଥିବା ୧୫୦୦ କୋଟି ଟଙ୍କାର ଋଣକୁ ବି ପରିଶୋଧ କରିବେ। ସଂଘି ସିମେଣ୍ଟ୍ କିଣିବା ପରେ ଆଦାନିଙ୍କ ସିମେଣ୍ଟ ଉତ୍ପାଦନ କ୍ଷମତା ୧୪୦ ନିୟୁତ ଟନ୍କୁ ବୃଦ୍ଧି ପାଇବ।

ଏହା ପୂର୍ବରୁ ସେ ଅମ୍ବୁଜା ସିମେଣ୍ଟ୍ ଓ ଏସିସିକୁ କିଣିଥିଲେ। ସଂଘି ସିମେଣ୍ଟ୍ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଶେଷରେ ବିକ୍ରି ହୋଇଛି। ଋଣ ଶୁଝିବା ଲାଗି ଏହା ପାଣ୍ଠି ଯୋଗାଡ଼ କରିପାରୁନାହିଁ।

Post Views82 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!